ମାଲକାନଗିରି ଗସ୍ତରେ ରାଜ୍ୟପାଳ, ଏକଲବ୍ୟ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପରେ ଓହ୍ଲାଇବା ପରେ ଏକଲବ୍ୟ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସ୍କୁଲ ପରିସର ବୁଲି ଦେଖିବା ସହ ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ପରିବେଷଣ କରିଥିବା ନୃତ୍ୟରେ ରାଜ୍ୟପାଳ ଭାବବିହ୍ଵର ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ବିଦ୍ୟାଳୟର ଉନ୍ନତି ପାଇଁ ରାଜ୍ୟପାଳ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବାକୁ ରାଜ୍ୟପାଳ ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.