ରାଜ୍ୟ

ରାଗ ରଖି ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ, ପୂର୍ବରୁ କରିଥିଲା ପ୍ଲାନ୍‌: DIG

କଳାହାଣ୍ଡି(କେନ୍ୟୁଜ୍): ଖୋଲିଲା ମମିତା ମେହେର ମର୍ଡର ମିଷ୍ଟ୍ରି । ମହାଲିଙ୍ଗ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଛି ଗୋବିନ୍ଦ ସାହୁ । ଏଥିପାଇଁ ପୂର୍ବରୁ ପ୍ଲାନ୍‌ କରିଥିଲା ଅଭିଯୁକ୍ତ । ୮ ତାରିଖ ଦିନ କାରରେ ମମିତାଙ୍କୁ ହତ୍ୟା କରିଥିଲା । ଭବାନୀପାଟଣାରୁ କେ.ଗାଁ ଯିବା ବାଟରେ ହତ୍ୟା କରିଥିଲା ଗୋବିନ୍ଦ । ହତ୍ୟାର କାରଣ ଥିଲା ମମିତା ପ୍ରତିି ଗୋବିନ୍ଦଙ୍କ ଆକ୍ରୋଶ । କାରଣ ଗୋବିନ୍ଦଙ୍କ ପରକୀୟାପ୍ରୀତି କଥା ମମିତା ଜାଣିଥିଲେ । ଗୋବିନ୍ଦଙ୍କ ମୁଖା ଖୋଲିବାକୁ ଧମକ ଦେଉଥିଲେ । ରାଗ ରଖି ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଛି । ଗାଡ଼ିରେ ମୃତଦେହ ନେଇ ମିନିଷ୍ଟାଡିୟମ ଯାଇଥିଲା ଗୋବିନ୍ଦ ।

ଆଗରୁ ଖୋଳାଯାଇଥିବା ଗାତରେ ମୃତଦେହ ପୋଡିଥିଲା । କାର୍ଡବୋର୍ଡ ଓ ଟାୟାରରେ ନିଆଁ ଲଗାଇ ପୋଡିଥିଲା ମୃତଦେହ । ୯ ତାରିଖ ସକାଳେ ଗାତ ପୋତିଥିଲା ଗୋବିନ୍ଦ । କାର ଭିତରୁ ତଥ୍ୟ ପ୍ରମାଣ ମିଳିଛି । ଏହି ଘଟଣାରେ ଗୋବିନ୍ଦଙ୍କ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । ପ୍ରେସମିଟରେ ମମିତା ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଉତ୍ତରାଞ୍ଜଳ ଡିଆଇଜି ଦୀପକ କୁମାର । ଆଜି ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ । ଅଧିକ ଖୋଳତାଡ ଓ ପଚରାଉଚରା ପାଇଁ ଗୋବିନ୍ଦକୁ ପୋଲିସକୁ ୫ ଦିନିଆ ରିମାଣ୍ଡରେ ନେବ । ୭ ଦିନ ପାଇଁ ରିମାଣ୍ଡ ଅନୁମତି ମାଗିଥିଲା ପୋଲିସ ।

KNews Bureau

Recent Posts

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ରେସ୍ ରେ ଆଗରେ ନାଁ

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ…

49 seconds ago

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା, ୬ ରନରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା । ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ । ମାତ୍ର ୬ ରନରେ ପାକିସ୍ତାନକୁ ହରାଇ…

8 mins ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୫୦ ପଇସା ରହିଛି ।…

17 mins ago

ଜାଣନ୍ତୁ ଆଜି କେତେ ରହିଛି ବଜାରରେ ସୁନା ଦର ?

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

25 mins ago

ରାଜ୍ୟରେ ଜାରି ରହିଛି ତାତି, ଆଗକୁ ଆହୁରି ବଢିବ,୪୫ ଡିଗ୍ରୀ ଛୁଇଁବା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ପ୍ରବଳ ଖରାରେ ଆଉଟୁପାଉଟୁ ଜନଜୀବନ। ଉପକୂଳରୁ ଉପାନ୍ତ ସବୁଠି କଲବଲ…

41 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

9 hours ago