ଗ୍ରୀଷ୍ମପ୍ରବାହ, ସକାଳ ୭ ରୁ ୧୦ ଏବଂ ସନ୍ଧ୍ୟା ୫ ରୁ ୮ ମଧ୍ୟରେ ରାସନ ବଣ୍ଟନ କରିବାକୁ ପରାମର୍ଶ

ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହ ସମୟରେ ରାଜ୍ୟର ହିତାଧିକାରୀମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ସୁଗମ ହେବ । ସକାଳ ୭ ଘଟିକାରୁ ୧୦ ଘଟିକା ଏବଂ ସନ୍ଧ୍ୟା ୫ ଘଟିକାରୁ ୮ ଘଟିକା ମଧ୍ୟରେ ରାସନ ବଣ୍ଟନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ଖରା ଦାଉରୁ ରକ୍ଷା ପାଇବା ପାଇଁ ହିତାଧିକାରୀମାନଙ୍କ ପାଇଁ ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଓଆରଏସ ମହଜୁଦ ଭଳି ବ୍ୟାପକ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିଭଳି ଚାଉଳ ଉଠାଣ ଓ ବିତରଣ କେନ୍ଦ୍ର ଗୁଡିକରେ ନିୟୋଜିତ ଶ୍ରମିକ ମାନଙ୍କ ପାଇଁ ପାନୀୟ ଜଳ ଓ ଓଆରଏସ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।