ବିଧାନସଭାରେ ପାରିତ ହେଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ , ଗଫଲତି କଲେ କୋଟିଏ ଜରିମାନା
![assembly](https://knewsodisha.com/wp-content/uploads/2024/06/assembly.jpg)
ଭୁବନେଶ୍ୱର : ଓଡିଶା ବିଧାନସଭାରେ ଓଡିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪ ପାରିତ । ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ବିଧାନସଭାରେ ଏହି ବିଧେୟକ ଆଗତ କରିଥିଲେ । ପରୀକ୍ଷାରେ ଗଫଲତି ରୋକିବାକୁ ରାଜ୍ଯ ସରକାର ଏହି ଆଇନ ଆଣିଛନ୍ତି । ଆଇନରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ପ୍ରସ୍ତାବିତ ଆଇନରେ ଉଭୟ ଆର୍ଥିକ ଓ ଅପରାଧିକ ଦଣ୍ଡ ବ୍ୟବସ୍ଥାକୁ କଠୋର କରାଯାଇଛି । ଏହି ବିଧେୟକ ଅନୁସାରେ ରାଜ୍ଯ ସରକାରଙ୍କ ପରିଚାଳିତ ୮ଟି ସଂସ୍ଥାର କୌଣସି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହେଲେ ଅତି କମରେ ପାଞ୍ଚରୁ ୧୦ବର୍ଷ ଜେଲ ଓ ଏକ କୋଟି ଜରିମାନା ଦେବାକୁ ପଡିବ ।
ଗତବର୍ଷ NEET ପରୀକ୍ଷାରେ ଅନିୟମିତତା ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ତେଣୁ କେନ୍ଦ୍ର ସରକାର ଏପରି ଘଟଣାକୁ ରୋକିବା ପାଇଁ ଏକ ଆଇନ୍ ଆଣିଥିଲେ । ୨୦୨୪ ଫେବ୍ରୁୟାରୀରେ ଏହି ଆଇନ ସଂସଦରେ ପାରିତ ହୋଇଥିଲା । ୨୦୨୪ ଜୁନ ୨୨ରୁ ଏହି ଆଇନ କାର୍ଯ୍ୟକାରୀ ହେଉଛି । ଅନ୍ୟ କେତେକ ରାଜ୍ୟ ହରିଆଣା, ଆସାମ ଓ ମହାରାଷ୍ଟ୍ର ମଧ୍ୟ ଏହି ଆଇନ୍ ପ୍ରଣୟନ କରିଛନ୍ତି । କେନ୍ଦ୍ର ଆଇନ ଲାଗୁ ହେବା ପରେ ବିଧାନସଭାରେ ସେହିଭଳି ବିଧେୟକ ବିଧାନସଭାରେ ପାରିତ ହୋଇଛି । ସେପଟେ ଗୃହରେ ବିଧେୟକ ଆଗତ ବେଳେ ମୁଖ୍ୟମନ୍ତ୍ରୀ ଶସ୍ତା ବକ୍ତବ୍ୟ ରଖିଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ପୂର୍ବ ସରକାର ସମୟରେ ଚାକିରୀ ରାସ୍ତାଘାଟରେ ବିକ୍ରି ହେଉଥିଲା । ଏପରି ଶସ୍ତା ବିବୃତି ଦେଇ ଲୋକଙ୍କୁ ବିଭ୍ରାନ୍ତି ନ କରନ୍ତୁ । ନୂଆ ସରକାର ସେମାନଙ୍କୁ ଧରୁ ନାହାନ୍ତି କେଉଁଠି ଚାକିରୀ ବିକ୍ରି ହେଉଥିଲା ଓ କିଏ ବିକୁଥିଲା । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ପୂର୍ବରୁ ପରୀକ୍ଷାରେ ଅନିୟମିତତା କାହିଁକି ହେଇଥିଲା ତାହା ବିଜେଡି କହୁ ।