୨୫ ବର୍ଷ ପରେ କୋରାପୁଟ ଜିଲ୍ଲା ମାଛକୁଣ୍ଡରୁ ରାଜଧାନୀ ଭୁବନେଶ୍ବରକୁ ଗଡ଼ିଲା ସରକାରୀ ବସ । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ । ଲମତାପୁଟ ବ୍ଲକ ଅଫିସ ସମ୍ମୁଖରୁ ସରକାରୀ ବସ ସେବା ଆରମ୍ଭ କରିଛନ୍ତି ବିଧାୟକ । ସରକାରୀ ବସକୁ ସ୍ଥାନୀୟ ଲୋକମାନେ ନବବଧୂ ପରି ସଜାଇ ଦେଇଥିଲେ । ବନ୍ଦାପନା ମଧ୍ୟ କରିଥିଲେ । ଏହି ବସ ମାଛକୁଣ୍ଡରୁ ଅପରାହ୍ନରେ ବାହାରି ଲମତାପୁଟ,ଜୟପୁର,କୋରାପୁଟ, ରାଇଗଡା,ବ୍ରହ୍ମପୁର,ଭୁବନେଶ୍ବର ଦେଇ କଟକ ପହଞ୍ଚିବ। ଦୀର୍ଘଦିନର ସ୍ବପ୍ନ ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକମାନେ ବିଧାୟକଙ୍କୁ ପ୍ରଶଂସା କରିଛନ୍ତି ।