ଭୁବନେଶ୍ୱର : IPS ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାରଙ୍କ ନିର୍ଦ୍ଦେଶ । ତୁରନ୍ତ ନୂଆ କାର୍ଯ୍ୟସ୍ଥଳରେ ପହଞ୍ଚି ଦାୟିତ୍ବ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ପାର୍ବଣ ଥିବାରୁ ସମୟ ନ ନେଇ ତୁରନ୍ତ ଯୋଗଦେବାକୁ କୁହାଯାଇଛି । ୨୫ ଆଇପିଏସ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ରାଜ୍ୟ ପୋଲିସରେ ବଡ଼ ଧରଣର ଅଦଳବଦଳ ସହିତ ଖୁରାନିଆଙ୍କ ନୂଆ ଟିମ ଗଠିତ ହୋଇଛି ।
ଟ୍ବିନସିଟିର ସିପି-ଡିସିପିଙ୍କ ସମେତ ୨୨ ପୋଲିସ ଜିଲ୍ଲାର ଏସପି ବଦଳଛନ୍ତି । ଗତକାଲି ସନ୍ଧ୍ୟାରେ ରାଜ୍ୟ ପୋଲିସରେ ବଡ଼ ଧରଣର ଅଦଳବଦଳ ସହିତ ଖୁରାନିଆଙ୍କ କୋର ଟିମ ଗଠିତ ହୋଇଛି । ୧୯୯୦ ବ୍ୟାଚର ଆଇପିଏ ସଯୋଗେଶ ବାହାଦୂର ଖୁରାନିଆ ଓଡିଶା ପୋଲିସ ଫୋର୍ସର ମୁଖ୍ୟ ଭାବେ କାର୍ଯ୍ୟରତ ଥିବା ବେଳେ ଆଉ ଦୁଇଜଣ ବରିଷ୍ଠ ଆଇପିଏସ ଅନ୍ୟ ଦୁଇ ବିଭାଗର ଡ଼ିଜି ଭାବେ ଅଛନ୍ତି ।