ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା । କାରଣ ଦର୍ଶାଅ ନୋଟିସ୍ ର ଉତ୍ତର ଆଧାରରେ ହଟିଲେ । ଉତ୍ତର ଯଥାର୍ଥ ନୁହେଁ କାର୍ଯ୍ୟକାଳ ସନ୍ତୋଷଜନକ ନୁହେଁ । ଜନତାଙ୍କ ସ୍ୱାର୍ଥ ପାଇଁ ପଦରୁ ହଟାଯାଇଥିବା ମହିଳା ଶିଶୁ ବିକାଶ ବିଭାଗର ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଏହା ପରେ ମହିଳା କମିଶନଙ୍କ ନାମଫଳକକୁ କାଢି ଦିଆଯାଇଛି। ୨୯ ଅକ୍ଟୋବରରେ କାରଣ ଦର୍ଶାଅ ନୋଟିସ କରିଥିଲା ମହିଳା ଶିଶୁ ବିକାଶ ବିଭାଗ । ୧ ନଭେମ୍ବରରେ ମୀନତି ଏହାର ଜବାବ ରଖିଥିଲେ। ଅକ୍ଟୋବର ୨୩ରେ ମହିଳା କମିଶନ ଅଧ୍ୟକ୍ଷା ଏବଂ ସଦସ୍ୟ ମାନଙ୍କୁ ସରକାର ବହିସ୍କାର କରିଥିଲେ।