ପୁରୀ : ମୂଷା ନଦୀକୁ ମଙ୍ଗଳା ନଦୀ ସହିତ କରାଯିବ ସଂଯୋଗ

ପୁରୀ (କେନ୍ୟୁଜ୍) : ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ପ୍ଲାନରେ ରହିଛି ମୂଷା ନଦୀର ବିକାଶ । ମୂଷା ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ । ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ । ସେଠାରେ ରିଭର ଫ୍ରଣ୍ଟ ଟୁରିଜିମର ବିକାଶ କରାଯିବ । ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୧୦୮ ଜୁନରୁ ମୂଷା ନଦୀର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ଏସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି କଳିଙ୍ଗ ଟିଭି ପୁରୀ ରିପୋର୍ଟର ଶୈଳେନ୍ଦ୍ର ଆଚାର୍ୟ୍ୟ ।