ନବ ଦାସ ହତ୍ୟାକାଣ୍ଡ ଘଟଣା ପ୍ରସଙ୍ଗ, ଖୁବଶୀଘ୍ର ସରକାର ନେବେ ନିଷ୍ପତ୍ତି

ଭୁବନେଶ୍ୱର : ନବ ଦାସ ହତ୍ୟାକାଣ୍ଡ ଘଟଣା ପ୍ରସଙ୍ଗରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ । ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ । ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ ।

ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ ।  ସେ ଭୟ ଦୁରେଇ ଯାଇଛି । ତେଣୁ ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ ।

ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ ଆଗାମୀ ଦିନରେ ଯେଉଁ ସତ୍ୟକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିଲା, ଯେ ଜଣେ ବିଶିଷ୍ଟ ଲୋକଙ୍କ ମୃତ୍ୟୁ ହେଲା । କାହିଁକି ହେଲା, କିଏ କଲା, ଷଡ଼ଯନ୍ତ୍ରରେ କିଏ ଭାଗୀଦାର ଥିଲେ । ଏ ସବୁ କଥା ଆଗାମୀ ଦିନରେ ନିଶ୍ଚିତ ଭାବେ ଆସିବ ବୋଲି ଆଶା ଅଛି ବୋଲି  ଆଇନ ମନ୍ତ୍ରୀ କହିଛନ୍ତି ।

You might also like