ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍‌ ଘୋଷଣା କରିପାରେ ଖରିଫ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ

paddyଭୁବନେଶ୍ବର: ଏମ୍‌ଏସ୍‌ପି ଘୋଷଣାରେ ବିଳମ୍ବ ହେଲାଣି । ସୂଚନା ମିଳିଛି, ଆଜି/କାଲି କେନ୍ଦ୍ର ସରକାର ଖରିଫ ଶସ୍ୟର ଏମ୍‌ଏସ୍‌ପି ଘୋଷଣା କରି ପାରନ୍ତି । ୨୩ଟି ଶସ୍ୟର ଏମ୍‌ଏସ୍‌ପି ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିବ । ସାଧାରଣତଃ ଜୁନ୍‌ ଦ୍ୱିତୀୟ ସପ୍ତାହରେ ଏମ୍‌ଏସ୍‌ପି ଘୋଷଣା ହୁଏ । ୨୦୧୭ – ୧୮ ବର୍ଷ ପାଇଁ ଜୁନ୍‌ ୭ ଓ ୨୦୧୬-୧୭ ପାଇଁ ଜୁନ୍‌ ୧ରେ MSP ଘୋଷଣା ହୋଇଥିଲା। ୨୦୧୪-୧୫ ନିର୍ବାଚନୀ ବର୍ଷରେ ଜୁନ ୨୫ରେ ଘୋଷଣା ହୋଇଥିଲା ଏମ୍‌ଏସ୍‌ପି । ଏଥର ଜୁନ୍‌ ସରି ଜୁଲାଇ ଆସିଲାଣି, ଘୋଷଣାରେ ବିଳମ୍ବ ହୋଇଛି।

ସେପଟେ ଏମ୍‌ଏସ୍‌ପି ଘୋଷଣ ପୂର୍ବରୁ କେନ୍ଦ୍ର ଉପରେ ବର୍ଷିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । କେନ୍ଦ୍ର ସରକାରଙ୍କ କମିଶନ ଫର୍‌ ଏଗ୍ରିକଲଚରାଲ କଷ୍ଟ୍‌ସ ଏଣ୍ଡ ପ୍ରାଇସେସ୍‌ ବା ସିଏସିପି ଏମ୍‌ଏସ୍‌ପି ନେଇ ରାଜ୍ୟକୁ ମତାମତ ମାଗିଥିଲା । ରାଜ୍ୟର ପ୍ରସ୍ତାବ ଥିଲା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଏବଂ ଏ ଗ୍ରେଡ୍‌ ଧାନ ପାଇଁ କ୍ୟୁଣ୍ଟାଲ ପିଛା ୨୯୭୦ ଟଙ୍କା କରାଯାଉ । ସିଏସିପି କିନ୍ତୁ ପ୍ରସ୍ତାବ ଦେଇଛି, ଧାନର ଏମ୍‌ଏସ୍‌ଏପି କୁଇଣ୍ଟାଲ ପିଛା ୧୭୪୫ ଟଙ୍କା ଏବଂ ଏ ଗ୍ରେଡ୍‌ ଧାନ ପାଇଁ ୧୭୭୦ ଟଙ୍କା କରାଯାଉ। ଏହାକୁ ସମାଲୋଚନା କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ।

ଏବେ ଆସନ୍ତୁ ନଜର ପକାଇବା, ଏନ୍‌ଡିଏ ସରକାରରେ ଗତ ୪ ବର୍ଷରେ ଧାନର ଏମ୍‌ଏସ୍‌ପି ଦର କେତେ ବୃଦ୍ଧି ଘଟିଛି । ୨୦୧୪-୧୫ରେ ଏମ୍‌ଏସପି ଥିଲା ୧୩୬୦ ଟଙ୍କା । ୧୫-୧୬ରେ ହେଲା ୧୪୧୦, ୧୬-୧୭ରେ ୧୪୭୦ ଓ ୧୭-୧୮ରେ ୧୫୫୦ ଟଙ୍କା ଏମ୍‌ଏସ୍‌ ପି ରହିଛି । ଅର୍ଥାତ ବର୍ଷକୁ ହାରାହାରି ୫୦-୬୦ ଟଙ୍କା ବଢ଼ିଛି । ଏଥର ନିର୍ବାଚନୀ ବର୍ଷ ଥିବାରୁଏଧିକ ଏମ୍‌ଏସ୍‌ପି ବଢ଼ିପାରେ । ଚାଷୀଙ୍କ ଖର୍ଚ୍ଚର ଦେଢ଼ଗୁଣା ଅଧିକ ଏମ୍‌ଏସ୍‌ପି ଦେବାକୁ ସରକାର ପୂର୍ବରୁ ଘୋଷଣା କରିଛନ୍ତି।

ଧାନର ଏମ୍‌ଏସ୍‌ପି ବୃଦ୍ଧି ନେଇ ପୂର୍ବରୁ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ତେବେ ଏହା ୨୯୩୦ ଟଙ୍କା କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । କିନ୍ତୁ ଯାହା ଜଣାପଡୁଛି କେନ୍ଦ୍ର ସରକାର ବର୍ତ୍ତମାନ ଥିବା ୧୫୫୦ ଟଙ୍କା ଉପରେ ଦେଢ ଶହରୁ ୨ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.