ଭିଜିଲାନ୍ସ ଜାଲରେ ଗ୍ରାମରକ୍ଷୀ, ମାମଲାର ରଫାଦଫା ପାଇଁ ୩୫୦୦ ଟଙ୍କା ନେଉଥିଲେ ଲାଞ୍ଚ
ଭୁବନେଶ୍ୱର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଲେ ଗ୍ରାମରକ୍ଷୀ । ଏଏସଆଇଙ୍କ ପାଇଁ ନେଉଥିଲେ ଲାଞ୍ଚ । ୩୫୦୦ ଟଙ୍କା ନେବାବେଳେ ମାଡି ବସିଲା ଭିଜିଲାନ୍ସ । କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ ଶ୍ରୀମୁଖ ବାଗ । ସେହି ଥାନାର ଏଏସଆଇ ମୁକୁନ୍ଦ ଖେମୁଣ୍ଡ । ଏଏସଆଇଙ୍କ ପାଇଁ ୩ ହଜାର ଓ ନିଜ ପାଇଁ ୫୦୦ ଟଙ୍କା ନେଉଥିଲେ ଗ୍ରାମରକ୍ଷୀ । ଏକ ମାମଲାର ରଫାଦଫା ପାଇଁ ନେଉଥିଲେ ଏହି ଲାଞ୍ଚ । ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଖସି ଯିବାକୁ ସମର୍ଥ ହୋଇଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ଭିଜିଲାନ୍ସ । ଦୁଇଟି ସ୍ଥାନରେ ଏଏସଆଇଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।