ହାତୀ ଆକ୍ରମଣରେ ଆଈ ନାତୁଣୀ ଗୁରୁତର

କେନ୍ଦୁଝର : ଗଜରାଜଙ୍କ ଗୁଣ୍ଡା ରାଜ । ବିଳମ୍ବିତ ରାତିରେ ଭାଙ୍ଗିଲେ ଚାରିଟି ଘର । କାନ୍ଥ ପଡି ଆଈ ନାତୁଣୀ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସଦର ରେଞ୍ଜର କୁସୁମିତା ଗାଁ ନିକଟରେ କିଛି ଦିନ ଧରି ୨୫ ଟିକିଆ ବଣୁଆ ହାତୀ ପଲ ଡେରା ପକାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଗାଁ ନିକଟକୁ ଧସେଇ ପଶି ଆସିଥିଲେ । ଏବଂ ଖାଦ୍ୟ ଅନ୍ବେଷଣରେ ୪ ଘର ଭାଙ୍ଗି ପକାଉଥିଲେ । ଭୋର ସମୟରେ ଦୁଇଟି ହାତୀ ଶୁକ୍ରା ମୁଣ୍ଡାଙ୍କ ଘରର କାନ୍ଥ ଭାଙ୍ଗିଥିଲା ସୌଭାଗ୍ୟ ବସତଃ ପରିବାର ଲୋକେ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇ ଯାଉଥିବା ବେଳେ କାନ୍ଥର କିଛି ଅଂଶ ପରିବାରର ଆଈ ନାତୁଣୀ ଉପରେ ପଡି ଗୁରୁତର ହୋଇ ପଡ଼ିଥିଲେ ।

ଖବର ପାଇ ବନ ବିଭାଗ କର୍ମଚାରୀ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ହାତୀକୁ ସେଠାରୁ ତଡିବା ସହ ଆଈ ନାତୁଣୀ ଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ସ୍ଥାନାନ୍ତର କରି ଚିକିତ୍ସିତ କରାଇଛନ୍ତି । ସେମାନଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଚିକିତ୍ସାର ସମସ୍ତ ଖର୍ଚ୍ଚ ବନ ବିଭାଗ ବହନ କରୁଛି ।

ଅନ୍ୟପଟେ କୁସୁମିତା ଅଞ୍ଚଳରେ ଖାଦ୍ୟ ପାଇଁ ଘୁରି ବୁଲୁଥିବା ହାତୀ ପଲଙ୍କୁ ରାତି ତମାମ ବନ ବିଭାଗ ଓ ଲୋକେ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଓ ହାତୀ ଭାଙ୍ଗିଥିବା ଘର ଗୁଡିକର ସହାୟତା ରାଶି ଆଜି ସଂଧ୍ୟା ସୁଦ୍ଧା ଦିଆଯିବ ବୋଲି ବନ ବିଭାଗ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like