କୋଡିଏ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ, ଜେଜ ଆଣିଲେ ଅଭିଯୋଗ

ସାଲେପୁର : କୋଡିଏ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି ହୋଇ ଥିବା ଅଭିଯୋଗ ଆଣିଲେ ଖୋଦ ଶିଶୁ ପୁତ୍ରର ଜେଜ ରାହସ ବିହାରୀ ସାମଲ । ଘଟଣାରୁ ପ୍ରକାଶ ଯେ କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗାଁର ରାହସ ବିହାରୀ ସାମଲଙ୍କ ପୁଅ ତପନ ସାମଲ ( 27 ) 6 ବର୍ଷ ହେବ ନିଶ୍ଚିନ୍ତକୋଇଲି ଥାନା ବଡ଼କ୍ଷୀର ଗାଁର କାହ୍ନୁ ଚରଣ ସାମଲଙ୍କ ଝିଅ ରୁବିନାଙ୍କ ସହିତ ବୈଦିକ ରୀତି ନୀତି ଅନୁଯାୟୀ ବିବାହ କରିଥିଲେ ।  ହେଲେ ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ ରହିଥିବା ବେଳେ ।

ଛଅ ମାସ ହେବ ବୋହୁ ଆମ ପାଖରେ ଝିଅକୁ ଛାଡି ପୁଅକୁ ଧରି ଅନ୍ୟତ୍ର ଚାଲିଯାଇଥିଲେ । ହେଲେ ଆମେ ଆମ ନାତିକୁ ଦେଖିବା ପାଇଁ ଆମେ ବୋହୁ ଘରେ ପହଁଚିଲା ବେଳକୁ ନାତିକୁ ପାଇଁ ନଥିଲୁ ।  କୌଣସି ଏକ ସୂତ୍ରରୁ ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ବେଲରପା ଗାଁର ଅନନ୍ତ ସାମଲଙ୍କ ଘରେ ଥିବା ସୂଚନା ପାଇ ଆମେ ସେଠାରେ ପହଂଚି ଥିଲୁ ।

ଆମ ନାତିକୁ ଦେଖିବା ସହ ଫେରାଇ ଦେବା ପାଇଁ କହିଥିଲୁ । ହେଲେ ସେମାନେ କୋଡିଏ ହଜାର ଟଙ୍କା ମାଗିଥିଲେ । କୋଡିଏ ହଜାର ଦେଲେ ଆମେ ତମ ନାତିକୁ ଫେରାଇ ଦେବୁ ବୋଲି କହିଥିଲେ । ଯେହେତୁ ସେମାନେ କୋଡିଏ ହଜାର ଟଙ୍କା ଦାବି କରୁଛନ୍ତି ଆମେ ଭାବୁଛୁ ଯେ ଆମ ନାତିକୁ ତା ମାମୁଁ ଓ ଅଜା କୋଡିଏ ହଜାର ଟଙ୍କାରେ ବିକ୍ରି କରିଛନ୍ତି । ତେଣୁ ଏନେଇ ଆମେ ଆମ ସାଲେପୁର ଥାନାରେ ଆମ ନାତିକୁ ଫେରାଇ ଆଣିବାକୁ ନିବେଦନ କରିଛୁ ବୋଲି ଜେଜେ ଅଭିଯୋଗ କରିଛନ୍ତି  । ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି ।