ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି: ଏଭେରେଷ୍ଟରେ ଉଡାଇଥିଲେ ପତିତପାବନ ବାନା, ଭୁବନେଶ୍ବରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର(କେନ୍ୟୁଜ୍): ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି। ପୂର୍ବରୁ ଆଇରନମ୍ୟାନ ଟାଇଟଲ ଜିତିଥିବା ବେଳେ ଏବେ ଏଭରେଷ୍ଟ ଚଢ଼ି ଆଉ ଏକ ରେକର୍ଡ କରିଛନ୍ତି ସିଦ୍ଧାର୍ଥ।ଏଭରେଷ୍ଟ ଚଢିବା ପରେ ଓଡ଼ିଆ ପାଇକ ପୁଅ ଭାବେ ଏଭରେଷ୍ଟରେ ପତିତପାବନ ବାନା ଉଦାଇଵା ସହ ଜୟ ପାଇକ ନା ଲେଖିଛନ୍ତି।ଆଜି ସେ ଭୁବନେଶ୍ୱର ପହଂଚିବା ପରେ ବିମାନ ବନ୍ଦର ରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସିଦ୍ଧାର୍ଥ ହେଉଛନ୍ତି ଜଟଣୀ ନିର୍ବାଚନୀ ମଣ୍ଡଳୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ।

। ଧଳା ପାହାଡ଼ରେ ଉଡିଲା ପତିତପାବନ ବାନା।ଏଭରେଷ୍ଟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ପୁଅ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ଉଡେଇଲେ ବାନା।ପୂର୍ବରୁ ଆଇରନମ୍ୟାନ ର ଟାଇଟଲ ହାତେଇଛନ୍ତି ସିଦ୍ଧାର୍ଥ ଏବେ ଏଭରେଷ୍ଟ ଚଢି ନୂଆ କୀର୍ତ୍ତିମାନ କରିଛନ୍ତି।ତିନି ବର୍ଷର କଠୋର ଟ୍ରେନିଂ ପରେ ଏଭରେଷ୍ଟ ଶିଖର କୁ ଚଢିବା ର ଗୌରବ ହାସଲ କରିଛନ୍ତି ସେ । ଶିଖରରେ ପହଞ୍ଚିବା ପରେ ଜୟ ପାଇକ ର ନାରା ଦେଇଥିଲେ ସିଦ୍ଧାର୍ଥ।ଏଭରେଷ୍ଟ ଚଢିବା ଥିଲା ତାଙ୍କର ବହୁ ଦିନର ସ୍ବପ୍ନ।ଏହା ବେଶ କଷ୍ଟକର ମଧ ଥିଲା… ସର୍ବୋଚ୍ଚ ଶିଖରକୁ ଚଢ଼ୁଥିବା ବେଳେ ପାଦେ ପାଦେ ଥିଲା ଅନେକ ଚ୍ୟାଲେଞ୍ଜ। କିନ୍ତୁ ସବୁ ଚ୍ୟାଲେଞ୍ଜ କୁ ଅତିକ୍ରମ କରି ସିଦ୍ଧାର୍ଥ ଦୁନିଆର ଉଚ୍ଚତମ ପର୍ବତ କୁ ଚଢ଼ି ଥିଲେ।ଶାରୀରିକ ଫିଟନେସ ଓ ମାନସିକ ଦୃଢ଼ତା ପାଇଁ ଏଭରେଷ୍ଟ ଚଢିବା ସମ୍ଭବ ହେଲା ବୋଲି ସିଦ୍ଧାର୍ଥ କହିଛନ୍ତି।

siddharth

 ଏହି କୀର୍ତ୍ତି ପାଇଁ ନିଜ ବାପା ମା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି ସିଦ୍ଧାର୍ଥ। ଆଜି ତାଙ୍କ ବାପା ବିଧାୟକ ସୁର ରାଉତରାୟ , ପାଇକ ସଙ୍ଘ, ଜଟଣୀ ନିର୍ବାଚନ ମଣ୍ଡଳୀର ଶତାଧିକ ଲୋକ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି।ବିମାନ ବନ୍ଦରରେ ବାଜା ବାଣ, ପାଇକଙ୍କ ଦ୍ଵାରା ସମର କଳା, ଘୋଡ଼ା ନାଚ ପ୍ରଦର୍ଶିତ କରାଯାଇଥିଲା।ପରେ ଏକ ବିଶାଳ ରାଲୀ ରେ ସହର ପରିକ୍ରମା କରିଥିଲେ ସିଦ୍ଧାର୍ଥ।ସବୁ ଓଡ଼ିଆ ଏଭଳି ସାହସିକ ପଦକ୍ଷେପ ନେବା ପାଇଁ ସିଦ୍ଧାର୍ଥ ଆହ୍ବାନ ଦେଇଥଲେ।ସେପଟେ ପୁଅ ସିଦ୍ଧାର୍ଥ ଙ୍କ ରେକର୍ଡ ପାଇଁ ଗର୍ବିତ ବୋଲି ବିଧାୟକ ସୁରେଶ ରାଉତରାୟ କହିଛନ୍ତି।ସିଦ୍ଧାର୍ଥ ଫିଯିକଲ ଫିଟନେସ କୁ ଗୁରୁତ୍ବ ଦିଅନ୍ତି।ପୂର୍ବରୁ ସେ ପର୍ବତାରୋହୀ ଭାବେ ଆକୋନକାଗୁଆ, ମାଉଣ୍ଟ ଡେନାଲି, ମାଉଣ୍ଟ ଓରିଯାବା, ମାଉଣ୍ଟ ଏଲ ପ୍ଲୋମୋ ଭଳି ଆମେରିକାର ଅନେକ ପର୍ବତ ଲଙ୍ଘି ସାରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.