କେନ୍ଦୁଝର:୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଅଜା ନାତିର ଜୀବନ

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ  ୨୦  ବରପଦା ବଜାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାଉଳ ଗାଡି ବାଇକ ଉପରେ ଚଢ଼ି ଯିବାରୁ ବାଇକ ଆରୋହି ଦୁଇ ଜଣ ମୃତ। ସୂଚନା ଅନୁଯାୟୀ ରାମଚନ୍ଦ୍ରପୁର ଥାନା ହରିପୁର ଗାଁ ର  କୀର୍ତ୍ତନ ନାଥ କେନ୍ଦୁଝରରୁ ନିଜ ନାତି କେଶବ ପାଗଳ ସହିତ ବାଇକ ଯୋଗେ ଘରକୁ ଫେରୁଥିଲେ।

ଘର ଠାରୁ ୫ କିଲୋମିଟର ପୂର୍ବରୁ ବରପଦା ବଜାର ନିକଟରେ ଗୋଟିଏ ଚାଉଳ ଗାଡି ସହିତ ସେମାନଙ୍କ ବାଇକ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଫଳରେ ଅଜା ଓ ନାତି ଦୁଇଜଣ ଗୁରୁତର ଅବସ୍ଥାରେ ଥିବାବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲ କୁ ଅଣାଯାଇଥିଲା। ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ରାମଚନ୍ଦ୍ରପୁର ଥାନା ପୋଲିସ ଗାଡିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି। ଆନନ୍ଦପୁର ମେଡିକାଲରେ ଏହି ଘଟଣା କୁ ନେଇ ଚାପାଉତେଜନା ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.