ପାରିବାରିକ କଳହର କରୁଣ ପରିଣତି : ଆଈକୁ ପିଟି ପିଟି ମାରିଦେଲେ ଦୁଇ ନାତି

ରେଢାଖୋଲ/ସମ୍ବଲପୁର (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି। ଆଈକୁ ପିଟି ମାରିଦେଲେ ଦୁଇ ନାତି। ଆଈ ଯେଉଁ ନାତିମାନଙ୍କୁ କୋଳେଇ କାଖେଇ ବଡ଼ କରିଥିଲା, ଶେଷରେ ସେମାନେ ହିଁ ପ୍ରାଣ ନେଇଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା କେଲବଳମ ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ୭୦ ବର୍ଷିୟା ସୁକାନ୍ତି ମୁଣ୍ଡା।

ତେଣେ ଅଘଟଣ ଘଟାଇବା ପରେ ଦୁଇ ନାତି ଫେରାର ହୋଇଯାଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ପଦ୍ମସର ମୁଣ୍ଡା ଓ ପଦଚରଣ ମୁଣ୍ଡା।ସୂଚନା ଅନୁଯାୟୀ,ଆଜି ଗୁରୁବାର ଦିନ ଜମିବାଡ଼ିକୁ ନେଇ ପାରିବାରିକ ଝଗଡ଼ା ହୋଇଥିଲା। ଯାହାକୁ ନେଇ ଆଈ ଉପରେ ଦୁଇ ନାତି ଆକ୍ରମଣ କରିଥିଲେ। ନାତିମାନଙ୍କ ଠେଙ୍ଗାମାଡ଼ରେ ସେ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲ ମେଡିକାଲ ନିଆଯାଇଥିଲା। ହେଲେ ଚିକିତ୍ସା କରିବାର କିଛି ଘଣ୍ଟା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିସିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ନେଇ ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.