ଭୁବନେଶ୍ୱର : ‘ସୁଭଦ୍ରା’ କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ତାରିଖ ଘୋଷଣା କରିପାରନ୍ତି। ୧୭ ତାରିଖ ଦିନ ସୁଭଦ୍ରା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଦିନ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିଲା । ଏବେ ଆବେଦନ ୯୨ ଲକ୍ଷ ଟପିଥିବା ବେଳେ କିସ୍ତି ଅପେକ୍ଷାରେ ହିତାଧିକାରୀ ।
ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇ କହିଥିଲେ ଆଗକୁ ଆସୁଥିବା ମହିଳାଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ପର୍ଯ୍ୟାୟ କ୍ରମେ ୧ କୋଟି ମହିଳାଙ୍କୁ ସରକାର ସୁଭଦ୍ରା ଟଙ୍କା ଦେବେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦିଆଯିବ । କିନ୍ତୁ ଦ୍ବିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ।
ବିଜେପି ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ମହିଳାଙ୍କୁ ୫ ହଜାର ଟଙ୍କାର ଭାଉଚର୍ ଆସିଛି । ପ୍ରଧାନମନ୍ତ୍ରୀ ନିଜେ ଆସି ସୁଭଦ୍ରା ଟଙ୍କା ଦେଇଥିଲେ । ଆଗାମୀ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତ ।