ସାମ୍ବାଦିକଙ୍କ ପାଇଁ ଖୁସି ଖବର, ଲୋକସେବା ଭବନରୁ ହଟିଲା ପ୍ରବେଶ କଟକଣା

ଭୁବନେଶ୍ୱର : ସାମ୍ବାଦିକଙ୍କ ପାଇଁ ଖୁସି ଖବର । ଲୋକସେବା ଭବନରୁ ହଟିଲା ପ୍ରବେଶ କଟକଣା ।  ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସଭା ଭବନରେ ପ୍ରବେଶ ଅନୁମତି ଦିଆଯାଇଛି ।  ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣଙ୍କୁ ଅନୁମତି ମିଳିବ ।  ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।  ପୂର୍ବ ସରକାରରେ କୋଭିଡ ପରଠୁ ଦୀର୍ଘଦିନ ଧରି ସାମ୍ବାଦିକଙ୍କୁ ଲୋକସଭା ଭବନରେ ପ୍ରବେଶ ନେଇ ପ୍ରତିବନ୍ଧକ ରହିଥିଲା ।  କିନ୍ତୁ ନୂଆ ସରକାରରେ ପ୍ରତିବନ୍ଧକ ଉଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।  ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।