ବରଗଡ଼ ପୌରପାଳିକା ବିରୁଦ୍ଧରେ ଏନଜିଟିରେ ଦାୟର ମାମଲା: ଯୁଗ୍ମ କମିଟି ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଗ୍ରୀନ ଟ୍ରିବ୍ୟୁନାଲ

କଟକ(କେନ୍ୟୁଜ୍):ବରଗଡ ପୌରପାଳିକା ଆବର୍ଜନାକୁ ନେଇ ଏନଜିଟିରେ ଦାୟର ମାମଲାର ଶୁଣାଣି କରି ଏ ସମ୍ପର୍କରେ ଯୁଗ୍ମ କମିଟି ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ।ବରଗଡ଼ ପୌରପାଳିକାରୁ ବାହାରୁ ଥିବା ଆବର୍ଜନାଗଜଡିକୁ ୧୬ ନମ୍ବର ୱାର୍ଡରେ କୈାଣସି ବର୍ଗିକରଣ ନକରି ଖୋଲା ସ୍ଥାନରେ ଗଦା କରୁଥିଲା ପୈରପାଳିକା । ଯାହାଦ୍ୱାରା ବାୟୁ ପ୍ରଦୂଷିତ, ମୃତ୍ତିକା ପ୍ରଦୂଷଣ, ବର୍ଷା ଦିନରେ ଏଥିରୁ ନିର୍ଗତ ଜଳ ଯାଇ ପାଖରେ ବସବାସ କରୁଥିବା ବାସିନ୍ଦା ଘରମାନଙ୍କରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି।

ଏହି ଆବର୍ଜନା ଯୋଗୁଁ ମଶା ମାଛି ସହ ଦୁର୍ଗନ୍ଧ ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପିଟିସନରେ ଦର୍ଶାଯାଇଛି। ବାରମ୍ବାର ପୈରପାଳିକା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସମସ୍ୟା ସମାଧାନ ହୋଇନଥିବାରୁ ସ୍ଥାନୀୟ ସାମାଜିକ କର୍ମୀ ରମାକାନ୍ତ ରାଉତ ଓ ଆଉ କିଛି ସହଯୋଗୀ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ପାଖରେ ଅଭିଯୋଗ କରିଥିଲେ । ସମସ୍ତ ଅଭିଯୋଗକୁ ଗୁରୁତର ନେଇ ଏକ ଯୁଗ୍ମ କମିଟି ଗଠନ କରି ଆବର୍ଜନା କରୁଥିବା ସ୍ଥାନ ପରିଦର୍ଶନ କରି ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

ମାନ୍ୟବର ବିଚାରପତି ଜଷ୍ଟିସ ଅମିତ୍ ସ୍ଥାଲେକର ଓ ଜଷ୍ଟିସ ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ । ଏ ସଂକ୍ରାନ୍ତରେ ବରଗଡ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ସରକାର ଓ କେନ୍ଦ୍ର ସରକାର , ନିର୍ବାହୀ ଅଧିକାରୀ ବରଗଡ ପୈରପାଳିକା କୁ ନେଇ ଯୁଗ୍ମ କମିଟି ଗଠନ ନିମନ୍ତେ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିବେଶ କ୍ଷତି ଭରଣା ମାସିକ ୧ ଲକ୍ଷ ଲେଖାଏଁ ହିସାବ କରି ଦାଖଲ କରିବା ପାଇଁ ମଧ୍ୟ ଏଜିଟି ଉଲ୍ଲେଖ କରିଛନ୍ତି । ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ ତାରିଖରେ ଧାର୍ଯ୍ୟ କରାଯାଇଥିବା ବେଳେ ଏହି କମିଟି ତା ପୂର୍ବରୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲାର ପରିଚାଳନା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.