ବନ୍ୟପ୍ରାଣୀ ଆଇନକୁ ଉଲ୍ଲଘଂନ, ନାଗ ସାପକୁ ଧରି ନାଚିଲେ ବରଯାତ୍ରୀ

ଭଦ୍ରକ: ବରଯାତ୍ରୀରେ ନାଗିନ ଡ୍ୟାନ୍ସ । ନାଗ ସାପକୁ ଧରି ନାଚିଲେ ବରଯାତ୍ରୀ । ଭଦ୍ରକ ଜିଲ୍ଲା ଧାମରା ବାଂଶଡ଼ା ପଞ୍ଚାୟତ ଛେଡାକ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଖୋଲାଖୋଲି ଭାବେ ବନ୍ୟପ୍ରାଣୀ ଆଇନର ଉଲଂଘନ କରି ନାଗ ସାପ କୁ ଧରି ନାଚିଲେ ବରଯାତ୍ରୀ । ଏଭଳି ବିପଦପୂର୍ଣ୍ଣ ନାଚ ବେଳେ ସାପର ଚୋଟରେ କାହାର ଜୀବନ ମଧ୍ୟ ଯାଇପାରେ ।

ଏଭଳି ଘଟଣା ସମ୍ପର୍କରେ ଖବର ପାଇ ଧାମରା ବନ୍ୟ ପ୍ରାଣୀ ବନଖଣ୍ଡ କର୍ମଚାରୀ ବରଯାତ୍ରୀଙ୍କ ପିଛା କରିଥିଲେ । ଚାନ୍ଦବାଲି ଉଗ୍ରତାରା ମୁନି ଛକରେ ବରଯାତ୍ରୀଙ୍କୁ ଧରି ସେମାନଙ୍କ ନିକଟରୁ ୩ଟି ନାଗ ସାପ ଜବତ କରିଥିଲେ । ତେବେ ସାପ ଧରାଳିଙ୍କୁ ଗିରଫ କରାଯାଇପାରିନଥିବାବେଳେ ଏ ସମ୍ପର୍କରେ ବନବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।

 

ଆହୁରି ପଢ଼ନ୍ତୁ : ମାଛ ଧରୁଥିବା ବେଳେ ପାଣିରେ ବୁଡି ମତ୍ସ୍ଯଜୀଵୀଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ପୋଲିସ