ମାଲକାନଗିରିରେ ବରଯାତ୍ରୀଙ୍କ ଉପରକୁ ଟ୍ରକ ମାଡିଯିବା ଘଟଣା: ଅନେକଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନ ହାରିଛନ୍ତି ବରର ବାପା ତଥା ସରପଞ୍ଚ

ମାଲକାନଗିରି(କେନ୍ୟୁଜ୍): ପଞ୍ଚଭୂତରେ ବିଲୀନ ହେଲା ଅକାଳରେ ଚାଲିଯାଇଥିବା ୩ଟି ନିରୀହ ଜୀବନ। ପୁଅର ବର ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନ ହାରିଲା ସରପଞ୍ଚ ବାପା। ଏହି ହୃଦୟ ବିଦାରକ ଦୁର୍ଘଟଣା ପରେ ପୁରା ଅଞ୍ଚଳ ଶୋକାକୁଳ ପରିବେଶ ପାଲଟିଛି।  ଘଟଣାର  ମୁଖ୍ୟମନ୍ତ୍ରୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ସରପଞ୍ଚ ଶିବ ଖେମୁଡୁ ଜଣେ ସକ୍ରିୟ ବିଜୁ ଜନତା ଦଳର ନେତା ହୋଇଥିବାରୁ ତାଙ୍କ ମରଶରୀର ଉପରେ ବିଜୁ ଜନତା ଦଳର ପତାକା ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ବିବାହ ମଙ୍ଗଳ ଦୀପ  ଜଳୁଛି କିନ୍ତୁ ଲିଭିଯାଇଛି ପରିବାରର ମଙ୍ଗଳ କର୍ତାଙ୍କ ଜୀବନ ଦୀପ। ହସ ଉଲ୍ଲାସରେ ବାଜା ବାଣ ରୋଷଣୀରେ ଫାଟି ପଡୁଥିଲା  ପାଣ୍ଡ୍ରିପାଣି ଗାଁ  କିନ୍ତୁ ଏବେ ଶୋକର ଛାୟା ଖେଳିଯାଇଛି। ସ୍ତବ୍ଧ ହୋଇପଡିଛି ପୁରା ଅଞ୍ଚଳ। ବୁକୁଫଟା କାନ୍ଦରେ ଫାଟିପଡୁଛି ସରପଞ୍ଚ ଶିବ ଖେମୁଡୁ ଙ୍କ ଦାଣ୍ଡ ଦୁଆର। କାରଣ ସ୍ବର୍ଗତ ଶିବ ଖେମୁଡୁ ପୁଅର ବରାତି ଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଦେଇଛନ୍ତି। ନିଜ ପୁଅର ନୂଆ ସଂସାରକୁ ନୂଆରୁପ ଦେବାକୁ ଯାଉଥିବା ବେଳେ ସତେ ଯେମିତି ଯମ ବାଟରେ ଜଗିବସିଥିଲା। ଆଉ ଏକ ମାତାଲ ଟ୍ରକ ଡ୍ରାଇଭରର ଦାଇତ୍ୱ ହୀନତା ଯୋଗୁଁ ଜୀବନ ଦୀପ ଟି ଅକାଳରେ ଲିଭିଗଲା। ବାପା ମରିକି ବି ଆମର ହୋଇରହିଗଲେ କାରଣ ନିଜ ଜୀବନକୁ ଟ୍ରକ ଚକା ତଳେ ଚାପିଦେଇ ବଞ୍ଚାଇଦେଲେ ଏକାଧିକ ଜୀବନ । ନଚେତ କେତେଜେ ଜୀବନ ଯାଇଥାନ୍ତା ତାହା  କଳାନା କରଯାଇପାରିବନି।

  ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବା ପରେ ବରପିତା ପାଣ୍ଡ୍ରିପାଣି ସରପଞ୍ଚଙ୍କ ଶିବ ଖେମୁଡୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହିଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦୁଃଖ ପ୍ରକାଶ କରିଛନ୍ତି।ତା ସହ ନବରଙ୍ଗପୁର ସାଂସଦ ରମେଶ ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ବାକା ଏବଂ ସର୍ବ ଦଳୀୟ ନେତା କର୍ମୀ ସ୍ୱର୍ଗତ ଶିବ ଖେମୁଡୁ ଙ୍କ ମରଶରୀର ନିକଟରେ ଏକାଠି କରିଥିଲା।ଏହି ମର୍ମନ୍ତୁଦ ଘଟଣା ରେ ସ୍ବର୍ଗତ ଶିବ ଖେମୁଡୁ ଙ୍କ ସମେତ ବର ମାମୁଁ ସନ୍ତୋଷ ସାହୁ ଏବଂ ବ୍ୟାଣ୍ଡପାର୍ଟିର  ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ସରପଞ୍ଚ ଜଣେ  ଅମାୟକ ଓ ମେଳାପୀ ମଣିଷ ଥିଲେ। ଏହି ଦୃଭାଗ୍ୟ ଜନକ ପରିସ୍ଥିତି ଯୋଗୁଁ ଜିଲ୍ଲାର ଏକ ଅପୁରାଣୀୟ କ୍ଷତି। ଏଥିପାଇଁ ତ ଏହି ଦୁଃଖଦ ଘଟଣାରେ ରାଜନେତା ଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ଜନ ସମୁଦ୍ର ସମାଗମ ଦେଖିବାକୁ ମିଳିଛି। ୩ ଜଣଙ୍କ ମୃତ୍ୟୁ ପରେ ଏବେବି ସଦର ଡାକ୍ତର ଖାନାରେ ୪ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୋଲିସ ଟ୍ରକ ଡ୍ରାଇଭରକୁ ଗିରଫ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.