ଚତୁର୍ଥୀ ଦିନରେ କନ୍ୟାକୁ ଛାଡି ଚମ୍ପଟ ମାରିଲା ବର

bara ferarବାଲେଶ୍ବର: କନ୍ୟାକୁ ଛାଡି ବର ହୋଇଛି ଫେରାର। ବାହାଘରର ଚତୁର୍ଥୀ ଦିନରେ କନ୍ୟା ଫେରିଲା ବାପଘରକୁ। ଗତ ୨୫ତାରିଖରେ ଖଇରା ଅଞ୍ଚଳର ଝିଅ ସହ ବାଲେଶ୍ୱର ଜିଲ୍ଲା ସୋର ସୀତୀପୁର ଗାଁର ଶଶୀକାନ୍ତ ପ୍ରଧାନଙ୍କ ବାହାଘର ହୋଇଥିଲା। ତେବେ ଚତୁର୍ଥୀ ଦିନ ଝିଅର ପରିବାର ଲୋକେ ଜାଣିବାକୁ ପାଇଲେ ତାଙ୍କ ଝିଅ ବାହା ହୋଇଥିବା ବ୍ୟକ୍ତି ପୂର୍ବରୁ ବିବାହିତ। ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ତାଙ୍କ ଝିଅ ଦ୍ୱିତୀୟ ସ୍ତ୍ରୀ। ଏକଥା ଜଣାପଡିବାପରେ ବର ଶଶୀକାନ୍ତ ସେଠାରୁ ଫେରାର ହୋଇଯାଇଥିଲା। ଏନେଇ କନ୍ୟା ପରିବାର ପକ୍ଷରୁ ସୋର ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅ ଘର ପକ୍ଷରୁ ଦିଆଯାଇଥିବା ଜିନିଷପତ୍ର ଜବତ କରିଥିଲେ। ଏହାପରେ ଝିଅ ବାପ ଘରକୁ ଫେରିଆସିଛି। ଶଶୀକାନ୍ତ ଫେରାର ଥିବାବେଳେ ତାକୁ ଧରି ଦଣ୍ଡ ଦେବାକୁ ଝିଅର ପରିବାରଲୋକେ ଦାବି କରିଛନ୍ତି।

 

Leave A Reply

Your email address will not be published.