ବାହାଘର ପ୍ରସେସନ ସମୟରେ ଚଢ଼ିଗଲା ଗାଡି, ବର ପିତାଙ୍କ ମୃତ୍ୟୁ

ନରସିଂହପୁର (କେନ୍ୟୁଜ୍‌) : ବରଯାତ୍ରୀ ସାବଧାନ । ଆପଣଙ୍କ ସହିତ ବି ଏମିତି ଘଟିପାରେ । ପ୍ରସେସନ୍‌ ସହ ବସ୍‌ ଗଡ଼ିବା ପଡ଼ିଲା ମହଙ୍ଗା । ବରର ବାପା ଉପରେ ଚଢ଼ିଗଲା ବରଯାତ୍ରୀ ବସ୍‌ । ବ୍ରେକ୍‌ ଫେଲ୍‌ ନାଁ ଭୁଲରେ ବ୍ରେକ୍‌ ଜାଗାରେ ଆକ୍ସିଲେଟରରେ ଗୋଡ଼ ପଡ଼ିଗଲା ଡ୍ରାଇଭରର ? ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରରେ । …. ଚାଲିଥିଲା ପ୍ରସେସନ୍ । ନାଚି ନାଚି ରାସ୍ତାଘାଟ ପୂରା ଗାଁକୁ ଦୁଲୁକାଇ ଦେଉଥିଲେ ବରଯାତ୍ରୀ । ବର କାର୍‌ ଆଗରେ ଲେଖା ଯାଇଥିଲା ‘ବାବୁଲ େଓ୍ଵଡ୍ସ ନନ୍ଦିନୀ’ । ନିଜ ଜୀବନର ସବୁଠୁ ଖୁସିର ଦିନରେ ବର ବାବୁଲ ବି ବି ସାଙ୍ଗମାନଙ୍କ ମେଳରେ ନାଚୁଥିଲେ । ଜୀବନର ଆଉ ଗୋଟେ ନୂଆ ପାହାଚ ଚଢ଼ିବାକୁ ଯାଉଥିଲେ । ସାଥୀରେ ଆଣିବେ ଜୀବନ ସାଥୀ । ଯାହାକୁ ସେ ସାତ ଜନ୍ମର ସାଥୀ କରାଇ ଘରକୁ ଆଣିବେ । ଜୀବନରେ ଥରେ ଆସେ ଏ ଖୁସିର ମୁହୂର୍ତ୍ତ । ସେଥିପାଇଁ ନିଜ ବାହାଘରରେ ବର ବି ଧୁମ୍ ନାଚୁଥିଲେ । କିନ୍ତୁ ଏଇ ଖୁସିର ମୁହୂର୍ତ୍ତରେ ଘଟିଲା ଅଘଟଣ । ଗୀତ, ବାଜା ଓ ନାଚର କାନଫଟା ଶବ୍ଦ ଭିତରେ ହଠାତ୍ ତାଙ୍କ କାନରେ ବାଜିଲା କିଛି ଏମିତି କଥା ଯାହା ତାଙ୍କ ପାଦକୁ ଥମାଇ ଦେଲା । ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା । କେହି ଜଣେ କାନରେ କହି ଦେଲା, ବାପା ଚାଲିଗଲେ । …ଏ ଶୁଣ ବାପା, ଆଉ ନାହାନ୍ତିରେ, ବାପା ଆମକୁ ଛାଡି ଚାଲିଗଲେ । ଏତିକି ଶୁଣିବା ପରେ ଯେମିତି ପୁଅ ସ୍ଥାଣୁ ପାଲଟିଗଲା । ଯାହା ଶୁଣିଲେ କଣ ତାହା ସତ? ନିଜର ଏତେ ବଡ ଦିନରେ ବାପାଙ୍କର ଏମିତି ଅକସ୍ମାତ୍ ମୃତ୍ୟୁ ଖବର ଶୁଣିବା ପରେ ପୁଅର ଅବସ୍ଥା କଣ ହେଇଛି ଆଜ୍ଞା ଦେଖନ୍ତୁ ।…. ବେକରେ ପଡିଛି କର୍ପୁର ମାଳ, ବର ପୋଷାକରେ ପୁଅ ପହଁଚିଲା ହସ୍ପିଟାଲରେ । ତାପରର ସ୍ଥିତିକୁ ଯିଏ ଦେଖିବ ଆଖିରେ ଲୁହ ରହିବନି।
ହଁ ଆଜ୍ଞା । ପୁଅ ବାହାଘରର ଶୋଭାଯାତ୍ରା ଚାଲିଥିବା ବେଳେ ବାପାଙ୍କର ମୃତ୍ୟୁ । କିଛି ଘଣ୍ଟା ଆଗରୁ ପୁଅ ବାହାଘର ପାଇଁ ବେଶ ଖୁସିରେ ଥିଲେ ବାପା ବିମ୍ବାଧର । ବାପା ମାଆ ବନ୍ଧୁ ପରିଜନ ସମସ୍ତଙ୍କର ଖୁସିରେ ପାଦ ତଳେ ଲାଗୁନଥିଲା । ପୁଅ ବାହା ଘର ହେ, ଘରକୁ ନୂଆ ବୋହୂ ଆସିବ। ପୁଅ ବାହାଘରରେ ବାପା ଥିଲେ ସବୁଠୁ ବେଶି ଖୁସି । ହେଲେ ହଠାତ୍ ଏମିତି ଦୁର୍ଘଟଣା ଘଟିଲା ଯାହାକୁ କେହି ବି କଳ୍ପନା କରି ନଥିଲେ । ଏଭଳି ଅଚାନକ ମୃତ୍ୟୁ ସମସ୍ତଙ୍କୁ ଦୁଃଖ ଭାରରେ ବୁଡ଼ାଇ ଦେଲା । ….ଏଭଳି ଏକ ଅବିଶ୍ୱସନୀୟ, ଅଭାବନୀୟ, ଦୁଃଖଦାୟକ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଚତରାପଦା ଗାଁରେ । ପୁଅ ବାହାଘର ବରଯାତ୍ରୀ ଶୋଭାଯାତ୍ରାରେ ଯାଉଥିବା ବସ୍‌ ଚକ ତଳେ ଚାଲିଗଲା ବାପାର ଜୀବନ ।
ମୃତକ ହେଲେ ବିମ୍ବାଧର ନାୟକ। ବରଯାତ୍ରୀ ନେଇ ଯାଇଥିବା ବସଟି ଚଢ଼ିଗଲା ବିମ୍ବାଧରଙ୍କ ଉପରେ । ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ବସଟି ପଛେ ପଛେ ଧୀରେ ଧୀରେ ଚାଲିଥାଏ । ହଠାତ୍‌ ଏହାର ଗତି ବଢ଼ିଗଲା ଓ ଶୋଭାଯାତ୍ରା ଉପରେ ମାଡ଼ିଗଲା । କିଛି ଲୋକ ଆହତ ହେଲେ କିନ୍ତୁ ବଡ଼ ଦୁର୍ଭାଗ୍ୟ ଯେମିତି ଜଗି ରହିଥିଲା ବରର ବାପା ବିମ୍ବାଧରଙ୍କ ପାଇଁ । ସେ ପଡ଼ିଗଲେ ବସ୍‌ ଚକ ତଳେ । ଗୁରୁତର ଆହତ ହେଲେ । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର କହିଲେ ବିମ୍ବାଧର ଆଉ ନାହାନ୍ତି । ….
ପୁଅ ବାହାଘର ପାଇଁ ପରିବାର ଓ ବନ୍ଧୁ ପରିଜନରେ ହସଖୁସି ଥିବା ବେଳେ ଅଚାନକ ଏଭଳି ଘଟଣା ସାରା ପରିବେଶକୁ ଶୋକରେ ଡୁବାଇ ଦେଲଶ । ସାରା ହସ୍ପିଟାଲ କାନ୍ଦ ବୋବାଳିରେ କମ୍ପି ଉଠିଲା । ବାହା ହେବାକୁ ଯାଉଥିବା ପୁଅ କାନ୍ଦି କାନ୍ଦି ଗଡ଼ି ଯାଉଥାଏ । ଏମିତି ଭାବରେ ଭଗବାନ ତାର ଖୁସିକୁ ଛଡ଼ାଇ ନେବେ କେବେ ସ୍ୱପ୍ନରେ ବି ଭାବି ନଥିଲା ।…ବସ୍‌ ଡ୍ରାଇଭରର ଭୁଲ ଯୋଗୁଁ ଘଟିଗଲା ଏତେବଡ଼ ଅଘଟଣ । ଘଟଣା ଘଟାଇବା ପରେ ଫେରାର ମାରିଛି ଡ୍ରାଇଭର ।… ଏପଟେ ବିମ୍ବାଧରଙ୍କ ଘରେ ସ୍ତବଧ ହୋଇ ଯାଇଛନ୍ତି ସମସ୍ତେ ।
ସେପଟେ ଝିଅ ଘରେ ମଧ୍ୟ ଆଶା ଆଶଙ୍କାରେ ସମସ୍ତେ । ବାହାଘର ହେବ ନା ନାହିଁ ? ମଙ୍ଗୁଳା ଝିଅକୁ ନେଇ ଚିନ୍ତାରେ ପରିବାର ଲୋକ । ଆମେ ଝିଅର ବାପାଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଥିଲେ ବାହାଘର ପାଇଁ କଥାବାର୍ତ୍ତା ଚଳାଇଛୁ ।
ଭଗବାନ ଏଭଳି ଦୁଃଖ କାହାକୁ ନଦିଅନ୍ତୁ । ହେଲେ ବର ହୁଅନ୍ତୁ କି ବରଯାତ୍ରୀ ସମସ୍ତେ ଏଭଳି ସ୍ଥିତି ପୂର୍ବରୁ ସତର୍କ ରୁହନ୍ତୁ ।

Leave A Reply

Your email address will not be published.