କପ୍ତିପଦା ଥାନା ନୁଦଡିହା ଗାଁରେ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ଉଭୟ ବାପା ଓ ପୁଅ ମେଡିକାଲରେ ଭର୍ତ୍ତି

ଉଦଳା:  ଜମିଜମା ବିବାଦରୁ ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ଅଭାବନୀୟ ଘଟଣା ଘଟିଛି ଉଦଳା କପ୍ତିପଦା ଥାନା ନୁଦଡିହା ଗାଁରେ ।  ବିଲରେ କାମ କରୁଥିବା ବେଳେ ବାପା-ପୁଅଙ୍କୁ ଆକ୍ରମଣ ହୋଇଛି ।  ବିଲରେ ହିଡ଼ ଭାଙ୍ଗିବାକୁ ନେଇ ପରମାନନ୍ଦ ନାୟକ ଏବଂ ତାଙ୍କ ପୁଅ ସତ୍ୟସାଇ ନାୟକଙ୍କର ସଂପର୍କୀୟ ଭାଇ ଓ ପୁତୁରାଙ୍କ ସହ ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଜଗବନ୍ଧୁ ନାୟକ, ତପନ ନାୟକ, ଶ୍ରୀନାଥ ନାୟକ କଟୁରୀରେ ବାପ ପୁଅଙ୍କୁ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଉଭୟ ବାପାପୁଅଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ହୋଇଛି । ସେପଟେ ଆକ୍ରମଣର ଲାଇଭ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି ।