ରଣକ୍ଷେତ୍ର ପାଲଟିଲା ଖେଳ ପଡ଼ିଆ, ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର

ହିନ୍ଦୋଳ : ରଣକ୍ଷେତ୍ର ପାଲଟିଲା ଖେଳ ପଡ଼ିଆ । ସାମାନ୍ୟ ବଚସାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଜଣେ ଗୁରୁତର । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ଫାଇନାଲ ମ୍ୟାଚ ସରିବା ପରେ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଗଣ୍ଡଗୋଳରେ ସ୍ଥାନୀୟ ସରପଞ୍ଚଙ୍କ ଭାଇ ରାକେଶ ପରିଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ତାଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାରେ ଉଭୟ ପକ୍ଷର ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ୩୨ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l ଅନ୍ୟପଟେ ଉତ୍ତେଜନା ପରିସ୍ଥିତି ଦେଖାଦେବାରୁ ଗତକାଲି ରାତିରେ ୩ ପ୍ଲାଟୁନ୍ ଫୋଲିସ ଫୋର୍ସ ମୁତୟନ କରାଯାଇଛି ।

You might also like