ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୌଣସି ପରିସ୍ଥିତିରେ ଶାନ୍ତିଶୃଙ୍ଖଳା ବ୍ୟାହତ ହେବାକୁ ଦିଆଯିବନାହିଁ । ଶାନ୍ତି, ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ବାଲେଶ୍ଵର ଭୁଜାଖିଆ ପୀର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଘଟିଛି। ପଥର ମାଡ ସହ ଗାଡ଼ି ଭଙ୍ଗାରୁଜା ହୋଇଛି । ଘଟଣାସ୍ଥଳର ୨୦୦ ମିଟର ଦୂରତା ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି ।
ଏକାଧିକ ବ୍ଯକ୍ତି, ସଭା, ସମିତି, ଶୋଭାଯାତ୍ରା ଉପରେ କଟକଣା ଲାଗିଛି। ସ୍ଥାନୀୟ ଅଞ୍ଚଳରେ ଏକ ନାଳରେ ରକ୍ତ ଭାଶୁଥିବାର ଦେଖି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ବାଲେଶ୍ଵର ଓ ଚାନ୍ଦିପୁର ଅଞ୍ଚଳକୁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଛି । ପାତ୍ରପଡ଼ା ଅଞ୍ଚଳର ଗୋଟିଏ ଗୋଷ୍ଠୀର ଲୋକ ପ୍ରତିବାଦରେ ରାସ୍ତା ଅବରୋଧ କରିଥିଲେ । କିଛି ସମୟ ପରେ ଅପର ପକ୍ଷ ଗୋଷ୍ଠୀର ପଥର ମାଡ ଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ ଚାଲିଥିଲା । ଉଭୟ ଗୋଷ୍ଠୀର ପଥର ମାଡ଼ରେ ଜଣେ ଗୁରୁତର ଆହତ ହୋଇ ବାଲେଶ୍ଵର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପରିସ୍ଥିତିକୁ ଶାନ୍ତ ଆଣିବା ପାଇଁ ୧୪୪ ଧାରା ଜାରି ହୋଇଛି ।