କଟକରେ ଗୋଷ୍ଠୀ ସଂଘର୍ଷ, ଦୋଳ ବିମାନ ଯିବାବେଳେ ହୋଇଛି ମାରପିଟ୍

କଟକ : ରଙ୍ଗର ପର୍ବ ହୋଲି ପାଇଁ ଚାରିଆଡେ ଉତ୍ସବର ମାହୋଲ ଥିବା ବେଳେ କଟକରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୋଳ ବିମାନ ଯିବାବେଳେ ଏହି ମାରପିଟ୍ ହୋଇଛି । ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଢେଲାପଥର ମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗ ହୋଇଥିବାରୁ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଛନ୍ତି । ତେବେ ସୀମା ବିବାଦକୁ ନେଇ ଏଭଳି ଉତ୍ତେଜନା ହୋଇଥିବା ଜଣାପଡିଛି । ଅନ୍ୟପଟେ ପରିସ୍ଥିତିକୁ ସମ୍ଭାଳିବାକୁ ସେଠାରେ ବ୍ୟାପକ ପୋଲିସ କର୍ମୀ ମୁତୟନ ହୋଇଛ ।
ଆହୁରି ପଢ଼ନ୍ତୁ : ଗିରଫ ହେଲେ ଜୁନିୟର ଆସିଷ୍ଟାଣ୍ଡ ଶ୍ରୀକାନ୍ତ ଡାକୁଆ, ୧ ଲକ୍ଷ ୮୬ ହଜାର ଟଙ୍କା ସହ ଧରା ପଡିଥିଲେ