ବୁର୍ଲା ଭୀମସାରରେ ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଆହତ

ସମ୍ବଲପୁର: ସମ୍ବଲପୁର ଭୀମସାରରେ ଗୋଷ୍ଠୀ ସଂଘର୍ଷ । ୩ ଜଣ ଇଣ୍ଟର୍ଣ୍ଣ ଛାତ୍ର ଆହତ  । ଗତକାଲି ବୁର୍ଲା ଭୀମସାର ପରିସରରେ UG ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥଲା । ବିଳମ୍ବିତ ରାତିରେ PG ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା ।  କ୍ରମେ ଏହା ଉଗ୍ର ରୂପ ନେଇଥିଲା ।  ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।  ଏଥିରେ ୩ ଜଣ ଡାକ୍ତରୀ ଛାତ୍ର ଆହତ ହୋଇଛନ୍ତି ।  ମାଡ଼ ପ୍ରତିବାଦରେ ହାଉସ ସର୍ଜନ କାର୍ଯ୍ଯବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like