ଜମିଜମା ବିବାଦକୁ ନେଇ ବାଙ୍କୀରେ ହଣାକଟା, ଦୁଇ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

ବାଙ୍କୀ : ଜମିଜମା ବିବାଦକୁ ନେଇ ହଣାକଟା ।  ପୂର୍ଵ ଶତ୍ରୁତାରୁ ଗାଁ ଦାଣ୍ଡରେ ୩ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହାଣିଲେ ଦୁର୍ବୃତ୍ତ ।  ତିନି ଗୁରୁତର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ।  ବାଙ୍କୀ ଥାନା ବରପୁଟ ଗ୍ରାମ ପଞ୍ଚାୟତର ପାଥପୁର ଗାଁରେ ଜମି ଜମାକୁ ନେଇ ପୂର୍ଵ ଶତ୍ରୁତାରୁ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଛଅ ଜଣ ସଂପର୍କୀୟ ।

ଆଜି ନିଜ ଜମିକୁ ଆନନ୍ଦ ରାଉତ ଯାଉଥିବା ବେଳେ ସଂପର୍କୀୟ ଛଅ ଜଣ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ।  ଚିତ୍କାର ଶୁଣି ଭାଇ ଓ ପୁଅ ଆସିବାରୁ ଏହି ଦୁଇ ଜଣଙ୍କୁ ମଧ୍ୟ ହାଣିଥିଲେ ଦୁର୍ବୃତ୍ତ।  ଦୁଇ ଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଛି ।   ଆହାତଙ୍କ ପତ୍ନୀ ବନିତା ରାଉତ ବାଙ୍କୀ ଥାନାରେ ଏତଲା ଦାୟର କରିଛନ୍ତି ।  ପୋଲିସ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରୁଛି ।

Also read: ପାରିବାରିକ କଳହର କରୁଣ ପରିଣତି, ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟିଲା ସ୍ୱାମୀ