ଜମିବାଡ଼ି ବିବାଦରୁ ହଣାକଟା, ୨ ପରିବାର ମଧ୍ୟରେ ତୁମୁଳକାଣ୍ଡ

ଟାଙ୍ଗି: ଜମିବାଡ଼ି ବିବାଦରୁ ହଣାକଟା । ୨ ପରିବାର ମଧ୍ୟରେ ତୁମୁଳକାଣ୍ଡ, ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା ।  ଉଭୟ ପରିବାରରୁ ୬ ଜଣ ଆହତ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲେଣ୍ଡୋ ଗାଁର ଘଟଣା ।

ଗତକାଲି ରାତିରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।  ଗଣ୍ଡଗୋଳ ଏତେ ତୀବ୍ର ହୋଇଥିଲା ଯେ ହଣାକଟା ସ୍ଥିତି ହୋଇଥିଲା ।  ଗୁରୁତରଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

 

Also read: ଗାଁରେ ବୁଲୁଛି ଭାଲୁ, ଗ୍ରାମବାସୀ ଭୟଭୀତ