କଟକ : କଟକରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ପଟ୍ଟାପୋଲ ଅଞ୍ଚଳର ଘଟଣା। ଫୋର୍ସ ମୃତୟନ । ଗାଡି ପାର୍କିଂ ରୁ ତୁମୁଳ କାଣ୍ଡ । ଢେଲା ପଥର, କାଚ ବୋତଲ ମାଡ । ଘଟଣା ସ୍ଥଳରେ କଟକ ଡିସିପି। ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଲା କମିଶନରେଟ୍ ପୋଲିସ। ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି କହିଲେ କଟକ ଡିସିପି ଜଗମୋହନ ମୀନା ।
ଢେଲା ପଥର ମାଡରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ୨ ଗୋଷ୍ଠୀ ମଧ୍ୟରେ କାହିଁକି ସଂଘର୍ଷ ହୋଇଛି ସ୍ପଷ୍ଟ ହୋଇନି । ଏବେବି ଉତ୍ତେଜନା ଲାଗି ରହିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଫୋର୍ସ ସହ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ମୁତୟନ ଅଛନ୍ତି ।