ମନରେଗା ମାଷ୍ଟର ରୋଲ ପ୍ରସ୍ତୁତ କରିବାକୁ ୯ ହଜାର ଟଙ୍କା ଲାଞ୍ଚ ନେଇ ଜିଆର୍‌ଏସ୍‌ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌ । ମୟୁରଭଂଜ ଜିଲ୍ଲା ଶୁଳିଆପଦା ବ୍ଳକ ଅଁଲାକୁଡା ପଞ୍ଚାୟତର ଜିଆର୍‌ଏସ୍‌ ଗୌରମୋହନ ସୋରେନ ୯ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ୨୦୨୦-୨୧ବର୍ଷର ଏକ ଠିକା କାମର ମନରେଗା ମାଷ୍ଟର ରୋଲ ପ୍ରସ୍ତୁତ କରିବାକୁ ଲାଞ୍ଚ ନେଉଥିଲେ । ଶ୍ରମିକ ନେତା ଅକ୍ଷୟ ସୋରେନଙ୍କ ଠାରୁ ଲାଞ୍ଚ ନେବା ବେଳେ ଗୌରମୋହନଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ୟୁନିଟ୍‌ ।

୪ଲକ୍ଷ ଟଙ୍କାର ଠିକା କାମର ପର୍ଯ୍ୟାୟ କ୍ରମେ ୩ଟି ବିଲ୍‌ ହୋଇ ଯାଇଥିବା ବେଳେ ଫାଇନାଲ ବିଲ୍‌ ପ୍ରସ୍ତୁତ ପାଇଁ ମାଷ୍ଟର ରୋଲ ପ୍ରସ୍ତୁତ ପାଇଁ ଲାଞ୍ଚ ଜିଆର୍‌ଏସ୍‌ ମାଗିଥିଲେ । ଏହାକୁ ନେଇ ଶ୍ରମିକ ନେତା ଅକ୍ଷୟ ସୋରେନ ବାରିପଦା ଭିଜିଲାନ୍ସ ୟୁନିଟ୍‌ର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ବାରିପଦା ଭିଜିଲାନ୍ସ ୟୁନିଟ୍‌ ପକ୍ଷରୁ ଏକ ମାମଲା ରୁଜୁ କରି ଗୌରମୋହନଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.