GSTର ବଡ଼ ଧରଣର ଠକେଇ,  ବୌଦ୍ଧର ଦୁଇଟି ସ୍ଥାନରେ ଚଢାଉ କରି ୫ କୋଟି ୬୮ ଲକ୍ଷ ଟଙ୍କା ସିଜ୍

ବୌଦ୍ଧ,କଟକ(କେନ୍ୟୁଜ୍): ବୌଦ୍ଧ ସହରରେ ଦୁଇଟି ସ୍ଥାନରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ । ସିଦ୍ଧି ବିନାୟକ ଟ୍ୟାକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟ୍ୟାକ୍ସଟାଇଲରେ ୧୦ ଜଣିଆ ଟିମର ଚଢ଼ାଉ । ବିପୁଳ ଜିଏସଟି ଠକେଇ ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା । ଦୁଇଟି ସ୍ଥାନରେ ଜିଏସଟି ଟିମ  କାଗଜ ପତ୍ର ଯାଞ୍ଚ କରୁଛନ୍ତି। ସୂଚନା ଅନଯାୟୀ ବୌଦ୍ଧ ସହର ସ୍ଥିତ ଶ୍ରୀ ବିନାୟକ ଟ୍ୟାକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟ୍ୟାକ୍ସଟାଇଲରେ ବ୍ୟାପକ ଜିଏସଟି ଠକେଇ ହୋଇଥିବା ନେଇ ବାଣିଜ୍ୟ ଆୟକର ବିଭାଗ ସୂଚନା ପାଇ ଆଜି ୧୨ ଜଣିଆ ଟିମ୍ ଏକକାଳୀନ ଦୁଇଟି ସ୍ଥାନରେ ଚଢାଉ କରିଥିଲେ ।

ବ୍ୟବସାୟିକ ଅର୍ଥନୈତିକ କାରବାର ଅନୁଯାୟୀ ସଠିକ୍ ପରିମାଣର କର ପୈଠ ନକରି କର ଫାଙ୍କୁଥିବା ଅଭିଯୋଗ ପାଇ ଆଜି ସକାଳୁ ଉଭୟ ସ୍ଥାନରେ ଚଢାଉ ବେଳେ ମିଳିଛି ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା। ଏହି ଟଙ୍କାକୁ ସଂସ୍ଥାର ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା ଦିଆଯିବା ସହ ଆଟାଚ କରାଯାଇଛି। ଯାହାଫଳରେ ପ୍ରୋପାଇଟର ଚାହିଁଲେ ବି ଟଙ୍କା ଉଠାଇ ପାରିବେ ନାହିଁ।

Leave A Reply

Your email address will not be published.