କେନ୍ଦୁଝର : ବେଆଇନ ଟବାକୋ ଓ ପାନ ମସଲା ପରିବହନ ସମୟରେ ଚଢ଼ଉ

କେନ୍ଦୁଝର(କେନ୍ୟୁଜ୍‌) : ବଡ଼ବିଲ ବାବାଣିଜ୍ୟକର ଓ ଜିଏସ ଟି ଏନଫୋର୍ସମେଣ୍ଟ ଟିମ କୁ ବଡ ସଫଳତା । ଦିଲ୍ଲୀ ରୁ ବେଆଇନ ଭାବେ ଟବାକୋ ଓ ପାନ ମସଲା ପରିବହନ ସମୟରେ ଚଢ଼ାଉ କରିଛି ବାଣିଜ୍ୟକର ଓ ଜିଏସ ଟି ଏନଫୋର୍ସମେଣ୍ଟ ଟିମ । ଫଳରେ ସମ୍ପୃକ୍ତ ଗାଡିବାଲା ଠାରୁ 44ଲକ୍ଷ 64ହଜାର 272 ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଘଟଣା ରୁ ପ୍ରକାଶ ଯେ ଏକ ୧୪ ଚକିଆ ଟ୍ରକ ରେ ୩୨୦ ବସ୍ତା ପାନ ମସଲା ଓ ୩୨ ବସ୍ତା Tabaco ଲୋଡ଼ ହୋଇ କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ମୁରୁସୁଆଁ ନିକଟରେ ଛିଡା ହୋଇଥିଲା । ଗାଡିଟି ଦିଲ୍ଲୀ ରୁ ଭୁବନେଶ୍ୱର ଯିବା ପାଇଁ ମୁରୁସୁଆଁ ନିକଟରେ ଛିଡା ହୋଇଥିଲା । କୌଣସି ସୂତ୍ର ରୁ ଖବର ପାଇ ସେଠାରେ ବଡ଼ବିଲ ର ବାଣିଜ୍ୟକର ଓ GST ENFORCEMENT ଟିମ ପହଂଚି ଚଢ଼ାଉ କରିଥିଲେ ।

ଘଟଣା ସ୍ଥଳରେ କୌଣସି କାଗଜପତ୍ର ସମ୍ପୃକ୍ତ ଗାଡିବାଲା ଦେଖାଇ ପାରି ନଥିଲେ । ଫଳରେ ତାଙ୍କୁ ତୁରନ୍ତ ଚମ୍ପୁଆ ଥାନା କୁ ନିଆଯାଇ ଜିନିଷ ଅଂଲୋଡ଼ କରିବା ସହ ଜୋରିମାନା ଚାଲାଣ କଟା ଯାଇଥିଲା । ପରେ ଦିଲ୍ଲୀରୁ ଏହି ଠକେଇ ଜୋରିମାନା ଅର୍ଥ ପୈଠ କରାଯିବା ପରେ ଗାଡି କୁ ଛଡା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.