ଜାରକା ବଜାରରେ ରହୁଥିବା ଏକାଧିକ ଠିକାଦାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆଜି ଜିଏସଟି ଚଢ଼ାଉ

ଯାଜପୁର (କେନ୍ୟୁଜ) : ଏକାଧିକ ଠିକାଦାରଙ୍କ କାର୍ଯ୍ୟାଳୟରେ ଜିଏସଟି ଚଢ଼ାଉ । ଆଜି ଅଚାନକ ଚଢ଼ାଉ କରିଛନ୍ତି ଜିଏସଟି ଅଧିକାରୀ । ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ଜିଏସଟି ବିଭାଗର ଚଢ଼ାଉ। ଜାରକା ବଜାରରେ ରହୁଥିବା ଏକାଧିକ ଠିକାଦାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଜିଏସଟି ଅଧିକାରୀମାନେ ଆଜି ଅଚାନକ ଚଢ଼ାଉ କରିଥିଲେ।
ଜାରକା ଅଞ୍ଚଳର ଠିକାଦାର ଗୌତମ ସାହୁ ଓ ଗଜେନ୍ଦ୍ର ବେହେରାଙ୍କ କାର୍ଯ୍ୟାଳୟରେ ଜିଏସଟି ଅଧିକାରୀ ମାନେ ପହଂଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। ଏଥିସହ ପଚରାଉଚରା କରିଥିଲେ।ଏହି ସମୟରେ ଧର୍ମଶାଳା ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।
ତେବେ ଜିଏସଟି ବିଭାଗରେ ନିୟମିତ ଚଢ଼ାଉର ଏହା ଅଂଶ ବିଶେଷ ହୋଇଥିବା ବେଳେ ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।