ଟିକସ ଠକେଇ ନେଇ ଚଢାଉ: ରାଜ୍ୟର ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ବର(କେନ୍ଯୁଜ୍): ଟିକସ ଠକେଇ ନେଇ ରାଜ୍ୟର ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ରେ GST ଚଢାଉ । ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନର GST ରେଡ ଚାଲିଛି । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁରରେ ଚଢାଉ ହେଉଛି । ସେହିପରି ରାଉରକେଲା, ବରଗଡ଼,ଭବାନୀପାଟଣା ଓ ବ୍ରହ୍ମପୁରରେ ବି ଚାଲିଛି ରେଡ୍‌ । ଉଭୟ ଲୁହା ଫର୍ଣ୍ଣିଚର ସୋ’ରୁମ୍‌ ଓ କାଠ ବଡ଼ ଫର୍ଣ୍ଣିଚର ସୋ’ରୁମରେ ରେଡ୍‌ ହୋଇଛି । ବ୍ରହ୍ମପୁରର ଶାରଳା ଫର୍ଣ୍ଣିଚର ସୋରୁମରେ ଚାଲିଛି ଚଢଉ।

ବଲାଙ୍ଗୀର କଣ୍ଟାବାଞ୍ଝିର ରାଜୀବ ଅଗ୍ରୱାଲଙ୍କ ଆର୍‌କେ ଟ୍ରେଡର୍ସର ପ୍ଲାଇଉଡ ଦୋକାନ ଓ ଗୋଦାମ ଉପରେ ମଧ୍ୟ ଚଢଉ ହୋଇଛି। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.