କେନ୍ଦ୍ରାପଡା: ବ୍ରେନ କ୍ୟାନସର ନେଇଗଲା ଯବାନଙ୍କ ଜୀବନ, ଦିଆଗଲା ଗାର୍ଡ ଅଫ ଅନର 

ମହାକାଳପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୌଡବାଡପୁର ଗାଁର କାର୍ଯ୍ୟରତ ବିଏସ୍ଏଫ ଜବାନ ମାନସ କୁମାର ମହାପାତ୍ରଙ୍କ ୪୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କିଛି ଦିନ ହେବ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଥିଲା।

ମାନସ କୋରାପୁଟ ଏମଭି ୬୫ ବିଏସଏଫ କ୍ୟାମ୍ପରେ (ଏସ୍ଆଇ)ରେଡ଼ିଓ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ।ତାଙ୍କ ମରଶରୀକୁ ନିଜ ପୈତୃକ ଗ୍ରାମ ଗୌଡ଼ବାଡପୁରକୁ ଆଣି ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତୋପ ସଲାମି ଦିଆଯାଇଥିଲା । ଯବନାଙ୍କ ୭ ବର୍ଷର ପୁଅ ଏମ.ଡି ମନ୍ମନ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.