ଲଗାଣ ବର୍ଷାରେ ଭୁଶୁଡିଲା କୋଷ୍ଟ କେନାଲ ସେତୁର ଗାର୍ଡ ଓ୍ଵାଲ, ୯ କୋଟି ଟଙ୍କା ବ୍ୟୟରେ ହୋଇଥିଲା ନିର୍ମାଣ

 ବାଲେଶ୍ୱର(କେନ୍ୟୁଜ୍): ଲଗାଣ ବର୍ଷାରେ ଭୁଶୁଡିଲା ସେତୁ। ବାଲେଶ୍ୱର ରେମୁଣାର କଳା ମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ ସେତୁର ଗାର୍ଡ ଓ୍ଵାଲ ଲଗାଣ ବର୍ଷା ଫଳରେ ଭୁଶୁଡି ପଡିଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି ।

୫ ବର୍ଷ ତଳେ ୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ସେତୁ । ଗତକାଲି ଲଗାଣ ବର୍ଷରେ ସେତୁଟି ଭୁଶୁଡି ଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରୁ ଲୋକେ ଏବେ ପାହି ଅଞ୍ଚଳକୁ ଯିବା ଆସିବା କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ରେମୁଣା ତହସିଲଦାର ଓ ଆର୍‌ଆଣ୍ଡବିର ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଅଧିକାରୀ ।

Leave A Reply

Your email address will not be published.