ରାଜ୍ୟ

ଓଡିଶାରେ ଦେଶ ବାହାର ପ୍ରଜାତିର ପିଜୁଳି, ଯୁବ ଚାଷୀଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ ଓ ଭଲ ରୋଜଗାର

ବର୍ତ୍ତମାନର ଯୁବପିଢି ପାଠ ପଢି ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଚାକିରି ଖୋଜିବାରେ ବ୍ୟସ୍ତ ରହିଛନ୍ତି । ଚାକରି ନ ପାଇ ନିରାଶ ହୋଇ ପଡୁଛନ୍ତି ଆଉ ଶେଷରେ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । ହେଲେ ଶିକ୍ଷାଗତ ଯୋଗ୍ୟତା ଓ ଚାକିରି ପଛରେ ନପଡି ନିଜସ୍ୱ ଉଦ୍ୟମରେ ୨୫ ଡେସିମିଲ ଜମିରେ ଦେଶ ବାହାରର ପ୍ରଜାତିର ପିଜୁଳିକୁ ନୂତନ ଜ୍ଞାନ କୌଶଲ ଓ ଜୈବିକ ପଦ୍ଧତିରେ ଚାଷ କରି ବେଶ ଭଲ ରୋଜଗାର କରି ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ପଦ୍ମପୁର ଅଂଚଳର ଶିକ୍ଷିତ ଯୁବ ଚାଷୀ ଅଜିତ ବିଶ୍ୱାଳ ।

ଶିକ୍ଷାଗତ ଯୋଗ୍ୟତା ବିପିଏଡ । ନିଜର ଶିକ୍ଷାଗତ ଯୋଗ୍ୟତା ଓ ଚାକିରି ପଛରେ ନ ଗୋଡେଇ ଉଦ୍ୟାନ କୃଷିରେ ମନୋନିବେଶ କରି ପଦ୍ମପୁର ଅଂଚଳରେ ପିଜୁଳି ଚାଷ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିଛନ୍ତି । ମାତ୍ର ୨୫ ଡେସିମିଲ ଜମିରେ ୧୦୦ ଗୋଟି ଥାଇଲାଣ୍ଡ ଗୁଆଭା ପ୍ରଜାତିର ପିଜୁଳି ଚାରା ଲଗାଇ ଆର୍ଥୀକ ସ୍ୱାବଲମ୍ଭୀ ହୋଇପାରିଛନ୍ତି । ପିଜୁଳି ଗଛ ଧାଡିକୁ ଧାଡି ୧୨ ଫୁଟ ବ୍ୟବଧାନରେ ଏବଂ ଗଛକୁ ଗଛ ଆଠ ଫୁଟ ବ୍ୟବଧାନରେ ରହିଛି । ଥାଇଲାଣ୍ଡରୁ ଆସିଥିବା ଏହି ପିଜୁଳି ଗୋଟାକୁ ୫୦୦ ଗ୍ରାମରୁ ୧ କେଜି ହୋଇଥିବାରୁ ତାକୁ ଥାଇ ୧କେଜି ମଧ୍ୟ କୁହାଯାଏ ।

ଜୈବିକ ପଦ୍ଧତିରେ ଚାଷ କରି ବାଙ୍ଗରା ଜାତୀୟ ଦୁଇ ବର୍ଷର ଗଛରୁ ପ୍ରାୟ ୧୦ ରୁ ୧୨ କେଜି ପିଜୁଳି ଅମଳ ହେଉଛି । ମୁଖ୍ୟତ ପିଜୁଳି ୫୦ ରୁ ୧୦୦ ଗ୍ରାମ ହେଲାପରେ ତାକୁ ଜୀବାଣୁ ମୁକ୍ତ ପ୍ଲାଷ୍ଟିକ ବ୍ୟାଗରେ ଘୋଡେଇ ଦିଆଯାଉଛି, ତା ଉପରେ କାଗଜ ଘୋଡାଇ ଦିାଯାଉଛି । ମୁକ୍ତ ପବନ ପାଇବା ପାଇଁ ପ୍ଲାଷ୍ଟିକରେ ଛିଦ୍ର କରାଯାଇଥାଏ । ଜୀବାଣୁ ମୁକ୍ତ ପ୍ଲାଷ୍ଟିକ ବ୍ୟାଗ ଓ କାଗଜ ଘୋଡାଇବା ଦ୍ୱାରା ପିଜୁଳି ଜୀବାଣୁ ମୁକ୍ତ ହେବା ସହ ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ନଷ୍ଟ ହେଉ ନାହିଁ ଏବଂ ପିଜୁଳିର ଚୋପା ମୋଟା ହେବା ପରିବର୍ତ୍ତେ ପତଳା ରହୁଛି ଏବଂ ପିଜୁଳି ଅଧିକ ସୁଆଦିଆ ଲାଗୁଛି ।

ଡ୍ରିପସ ଦଦ୍ଧତିରେ ପାଣୀ ଦିଆଯାଉଥିବା ଯୋଗୁଁ ପାଣିର ଅବକ୍ଷୟ ହେଉନାହିଁ । ଏହି ପିଜୁଳିକୁ ଅଜିତ ପଦ୍ମପୁର ତଥା ପଡୋଶୀ ରାଜ୍ୟର ବିଭିନ୍ନ ବଜାରରେ ବିକ୍ରି କରିଛନ୍ତି । ଜୈବିକ ପଦ୍ଧତିରେ ପିଜୁଳି ଚାଷ ହେଉଥିବା କାରଣରୁ ପିଜୁଳିର ଔଷଧିୟ ଗୁଣ ରହିଛି ଏବଂ ବେଶ ଅଧିକ ସ୍ୱାଦିଷ୍ଠ ଲାଗୁଛି ତେଣୁ ଲୋକଙ୍କ ମଧ୍ୟରେ ଏହି ପିଜୁଳିର ବେଶ ଚାହିଦା ରହିଛି । ଗୋଟିଏ ଗଛରୁ ପ୍ରାୟ ୧୦ ରୁ ୧୨ କେଜି ପିଜୁଳି ଅମଳ ହେଉଥିବାରୁ ଅଜିତ ୧୦୦ ଗୋଟି ଗଛରୁ ପ୍ରାୟ ଏକ କ୍ୱିଂଟାଲ ପିଜୁଳି ଅମଳ କରୁଛନ୍ତି ଏବଂ ବଜାରରେ କେଜି ପ୍ରତି ୭୦ଟଙ୍କାରେ ବିକ୍ରି କରୁଛନ୍ତି । ବର୍ଷକୁ ପିଜୁଳି ଦୁଇଥର ଅମଳ ହେଉଛି । ଅଜିତ ବର୍ଷକୁ ଏକ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ।

ଅଜିତ ଏହି ପିଜୁଳି ଚାଷ ଦ୍ୱାରା ନିଜେ ସ୍ୱାବାଲମ୍ବୀ ହେବା ସହ ଅନ୍ୟ ଲୋକଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି । ଜୀବାଣୁ ମୁକ୍ତ ପ୍ଲାଷ୍ଟିକ ବ୍ୟାଗ ଓ କାଗଜ ଘୋଡାଇବା ପାଇଁ ନିୟୋଜିତ ହେଉଥିବା ଶ୍ରମିକ ମାନେ ମଧ୍ୟ ରୋଜଗାର କ୍ଷମ ହେଇପାରୁଛନ୍ତି । ଏହି ପିଜୁଳି ବଗିଚା ଯୋଗୁ ଲକଡାଉନ ସମୟରେ ଅଜିତ ଶ୍ରମିକ ମାନଙ୍କୁ କାମ ଯୋଗାଇବାରେ ସକ୍ଷମ ହୋଇଛନ୍ତି । ଅଜିତଙ୍କ ବାପା ମଧ୍ୟ ଏହା ପୂର୍ବରୁ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରେ ପୁରଷ୍କୃତ ହୋଇ ଅଂଚଳକୁ ଗୌରବାନ୍ମିତ କରିଛନ୍ତି ।

ପାଠ ପଢା ସରିବା ପରେ ଚାକିରି ପଛରେ ନ ଗୋଡେଇ ଯୁବ ବୟସରୁ ଚାଷ ପ୍ରତି ଆକୃଷ୍ଟ ହୋଇ ଦେଶ ବାହାରର ପ୍ରଜାତିର ପିଜୁଳି ଜୈବିକ ପଦ୍ଧତିରେ ଚାଷ କରି ଭଲ ଅମଲ କରି ବଜାରରେ ଭଲ ଦରରେ ବିକ୍ରି କରି ଲାଭାନ୍ମିତ ହେବା ଫଲରେ ଅଜିତ ପଦ୍ମପୁର ଅଂଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହାକି ଶିକ୍ଷିତ ଯୁବ ପିଢିକୁ ଚାଷ ପ୍ରତି ଆକୃଷ୍ଠ କରୁଛି ଏବଂ ଯୁବ ପିଢି ମଧ୍ୟ ଚାଷ କରିବା ପାଇଁ ଆଗେଇ ଆସୁଛନ୍ତି । ଏହି ଶିକ୍ଷିତ ଯୁବ ଚାଷୀ ଅଜିତଙ୍କ ପରି ଯୁବ ସମାଜ ନିଜର ଜ୍ଞାନ ପ୍ରୟୋଗ କରି ସ୍ୱାବଲମ୍ବୀ ହେବା ଦ୍ୱାରା କେବଳ ରାଜ୍ୟର ନୁହେଁ ଦେଶର ଅର୍ଥନିତି ସୁଦୃଢ ହେବାରେ ସହାୟତା ହେବ ।

Pritiparna

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

3 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

21 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

24 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

59 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago