ପୂର୍ବରୁ ହୋଇଥିବା କାମ ପାଇଁ ବିଡିଓ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ: ମାଡିବସିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଡିଓ । ଲାଞ୍ଚ ନେଇ ଧରା ପଡ଼ିଲେ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବିଡିଓ ବିନୋଦ କୁମାର ନାୟକ । ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କରିଛି ବରଗଡ଼ ଓ ବଲାଙ୍ଗିର ଭିଜିଲାନ୍ସ । ପୂର୍ବରୁ ଠିକାଦାର କରିଥିବା କାମ ପାଇଁ ନେଉଥିଲେ ୩୦ ହଜାର ଟଙ୍କା ।

୩୦ ଲକ୍ଷ ଟଙ୍କାର ନୂଆ କାମ ଦେବା ପାଇଁ ମାଗିଥିଲେ ଦେଢ ଲକ୍ଷ ଟଙ୍କା । ୫ ପ୍ରତିଶତ ପିସି ପାଇଁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏଥିସହ ବିନୋଦ ନାୟକଙ୍କ ସରକାରୀ ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ାଉ କରି ଯାଞ୍ଚ କରିଛି ଭିଜିଲାନ୍ସ । ତୁସୁରା ବ୍ଲକ୍‌ କ୍ୟାମ୍ପସ୍‌ରେ ଥିବା ସରକାରୀ ବାସଭବନ, ବଲାଙ୍ଗିର ଟାଉନ୍‌ ସ୍ଥିତ ସାଗରପଡ଼ା ଗ୍ରାମ ଏବଂ ଗୁଡଭେଲା ବ୍ଲକ୍‌ରେ ଥିବା ଅଫିସ୍‌ରେ ଚଢାଉ କରିଛି ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.