ପୂଜା ପାଇଁ ଆସିଲା ଗାଇଡଲାଇନ୍: ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଠାରୁ ନେବାକୁ ପଡିବ ଅନୁମତି, ଦର୍ଶନ କରିପାରିବେନି ଭକ୍ତ

ଭୁବନେଶ୍ୱର/କଟକ: ପେଣ୍ଡାଲ ଓ ମଣ୍ଡପରେ ପୂଜା ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ଟ୍ବିନ୍ ସିଟି କଟକ ଓ ଭୁବନେଶ୍ୱରରେ ପୋଲିସ କମିଶନର ଅନୁମତି ପ୍ରଦାନ କରିବେ । ପରମ୍ପରା ରକ୍ଷା ପାଇଁ ଘରୋଇ ପରିବେଶ ଭଳି ପୂଜା କରାଯିବ । ଏହା ଜାକଜମକରେ ହେବ ନାହିଁ କିମ୍ବା ସର୍ବସାଧାରଣ ଏଥିରେ ସାମିଲ ହୋଇପାରିବେ ନାହିଁ ।

ପୂଜା ପେଣ୍ଡାଲ ଓ ମଣ୍ଡପଗୁଡ଼ିକୁ ତିନି ପଟୁ ଆବୃତ୍ତ କରାଯିବ । ଚତୁର୍ଥ ପଟୁ ଏପରି କଭର କରାଯିବ ଯେପରି ଲୋକମାନେ ମୂର୍ତ୍ତି ଦର୍ଶନ କରିପାରିବେ ନାହିଁ । ସର୍ବସାଧାରଣଙ୍କୁ ମଣ୍ଡପରେ ଦର୍ଶନ ମନା । ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ । ପୂଜା ମଣ୍ଡପରେ କୌଣସି ପରିସ୍ଥିତିରେ କର୍ତ୍ତା, ପୂଜକଙ୍କୁ ମିଶାଇ ସାତ ଜଣରୁ ଅଧିକ ରହିପାରିବେ ନାହିଁ ।

ପୂଜା ପେଣ୍ଡାଲ ଓ ମଣ୍ଡପରେ ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର ଓ ସ୍ୱଚ୍ଛତା ସମେତ କୋଭିଡ କଟକଣାକୁ ପାଳନ କରାଯିବ । ଭସାଣ ଶୋଭାଯାତ୍ରା ହେବ ନାହିଁ । ମୂର୍ତ୍ତିକୁ କୃତ୍ରିମ ପୋଖରୀରେ ବିସର୍ଜନ କରାଯିବ । ମଣ୍ଡପରେ ସାଂସ୍କୃତିକ ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମନା । ଏଥିରେ ଖିଲାପ କଲେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଓ ଏପିଡେମିକ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.