କିଟ୍ ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା, ତଦନ୍ତ ଆରମ୍ଭ ହୋଇଛି ବୋଲି କହିଲେ ଆଇନ୍ ମନ୍ତ୍ରୀ

ଭୁବନେଶ୍ୱର : କିଟ୍ ରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି, ତଦନ୍ତ ଆରମ୍ଭ ହୋଇଛି । ପୋଲିସ ଯାହା କରିବା କଥା କରୁଛି । ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ଦୋଷୀ ସିଏ ଦଣ୍ଡ ପାଇବ। ଉଚ୍ଚ ଶିକ୍ଷା ବିଭାଗ ବି ଘଟଣା ଉପରେ ନଜର ରଖିଛି । ଯାହା ତଦନ୍ତ ପୂର୍ବ ଘଟଣାରେ ଚାଲିଥିଲା ସେଥିରେ ଆଉ ଏକ ଅଘଟଣ ଯୋଡ଼ି ହୋଇଛି । ତେବେ ତୁରନ୍ତ ତଦନ୍ତ ହୋଇ ଦୋଷୀ ଯିଏ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ବିଶ୍ୱାସ ଦେଇଛନ୍ତି ।