ପାଟି ଫିଟୁନି ବୋଲି କେତେ ଯନ୍ତ୍ରଣା ଦେଉଛି ମଣିଷ, ଗୁଳିବିଦ୍ଧ ଅବସ୍ଥାରେ ନରସିଂହପୁର ଜଙ୍ଗଲରେ ବୁଲୁଛି ଦନ୍ତାହାତୀ

ନରସିଂହପୁର(କେନ୍ୟୁଜ୍):  ଗଜରାଜଙ୍କ ଦେହରେ ୫ ଗୁଳି । ଗୁଳିବିଦ୍ଧ ଅବସ୍ଥାରେ ଦନ୍ତାହାତୀଟି କଟକ ଜିଲ୍ଲା ନରସିଂହପୁର ଜଙ୍ଗଲରେ ବୁଲୁଛି । ନରସିଂହପୁର ବ୍ଲକ ଜୟପୁର ସେବା ଶ୍ରମ ସ୍କୁଲ ପଛ ପାଖରେ ଗୁଳିବଦ୍ଧ ଅବସ୍ଥାରେ ଏକ ହାତୀ ବୁଲୁଥିବାର ଦେଖିବାକୁ ମିଳିଛ । ପୂର୍ବରୁ ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଥିବାବେଳେ ପୁଣି ହାତୀକୁ ଗୁଳି ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି ।

ଏହି ସମ୍ପର୍କରେ ଖବର ପାଇ ବିଧାୟକ ଦେବୀ ପ୍ରସାଦ ମିଶ୍ର ବିଭାଗୀୟ ମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି । ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ପ୍ରାଣୀ ବିଶେଷଜ୍ଞ ବ୍ୟବସ୍ଥା କରାଇବା ପାଇଁ ଅନୁରୋଧ କରିଛନ୍ତି ଦେବୀ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.