ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ। ଜଣେ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ହୋଇଛି । ଘଟଣାସ୍ଥଳରୁ ଗୋଟିଏ SLR ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଉତ୍ତର ବସ୍ତର ମାଓ ସଙ୍ଗଠନର ଶତାଧିକ ମାଓବାଦୀ ଏବଂ ଅନେକ ଟପ କ୍ୟାଡ଼ର ମାଓବାଦୀଙ୍କ ଉପସ୍ଥିତ ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ। ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି କାଙ୍କେର SP । ନାରାୟଣପୁର ଏବଂ କାଙ୍କେର ଜିଲ୍ଲାର BSF ଓ DRG ଜବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି ।
ସୂଚନାଅନୁସାରେ ଗତ କିଛି ଦିନ ତଳେ ୧୪ ହାର୍ଡକୋର ମାଓବାଦୀ ଗିରଫ ହୋଇଥିଲେ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ୧୪ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରାଯାଇଥିଲା । ଗିରଫ ମାଓବାଦୀଙ୍କ ମଧ୍ୟରୁ ୮ଜଣଙ୍କ ନାଁରେ ରହିଥିଲା ୩୬ ଲକ୍ଷ ଟଙ୍କାର ପୁରସ୍କାର । ସେମାନଙ୍କ ନିକଟରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ । ଅନେକ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିବା ଜଣା ପଡ଼ିଥିଲା ।
ଆହୁରି ପଢନ୍ତୁ : ଅଡ଼ୁଆରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ, IAS ମନୀଷ ଅଗ୍ରୱାଲଙ୍କ ନାଁରେ NBW