ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୭ ନକ୍ସଲ

ମାଲକାନଗିରି : ଛତିଶଗଡ଼ର ଦନ୍ତେୱାଡ଼ା ଏବଂ ନାରାୟଣପୁର  ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।  ନିହତ ହୋଇଥିବା ସମସ୍ତ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି  ।  ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।  ଏନକାଉଣ୍ଟରରେ ନିପାତ ହୋଇଛନ୍ତି ୭ ନକ୍ସଲ ।  ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଯବାନ ସର୍ଚ୍ଚ ଅପେରସନ ବେଳେ ୭ ଜଣ ନକ୍ସଲଙ୍କ ଶବ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ଜାରି ରଖିଛି ।

ଦୁଇଟି ଘଟଣାରେ ଜଙ୍ଗଲରୁ ବିସ୍ଫରୋକ, ବନ୍ଧୁକ, ମାଓ ସାମଗ୍ରୀ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ସୁକମା ଓ ବିଜାପୁର ଜିଲ୍ଲାର ସୀମାବର୍ତ୍ତି ଅଂଚଳର ମରକାଗୁଡା, ଇରାପଲ୍ଲୀ, ବଟେତଙ୍ଗ, ମଟ୍ଟାଗୁଡ଼େମ ଭଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡ଼ିଆରଜି, ବସ୍ତର ଫାଇଟର୍ସ, ଜିଲ୍ଲା ପୋଲିସ ମିଳିତ ସର୍ଚ୍ଚ ଅପେରସନ କରୁଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଥିଲେ ।  ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରହି ରହି ଗୁଳିବିନିମୟ ହୋଇଥିଲା।