ଯାଜପୁର: ବିବାହ ଶୋଭାଯାତ୍ରାରେ ଫୁଟିଲା ଗୁଳି, ଦୁଇ ପକ୍ଷଙ୍କ ଭିତରେ ମାରପିଟ୍

ଯାଜପୁର : ବରଯାତ୍ରୀ ଯିବା ସମୟରେ ଗଣ୍ଡଗୋଳ ଓ ମାରପିଟ୍ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ପୀଠ ନିକଟରେ ଘଟିଛି ଏହି ଘଟଣା । ସୂଚନା ମୁତାବକ, ଗତକାଲି ମହାବିନାୟକ ଶୈବ ପୀଠରେ ବାହାଘର ଚାଲୁଥିବାବେଳେ ଧର୍ମଶାଳାର ବାଜବାଟି ଅଞ୍ଚଳରୁ ବରଯାତ୍ରୀ ପହଞ୍ଚି ଥିଲେ । ଗାଡି ସାଇଡ୍ ମରାକୁ ନେଇ ବରଯାତ୍ରୀଙ୍କ ସହ ସେଠାରେ ଆଉ ଏକ ବିବାହ ହେଉଥିବା ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା ।

ଅପରପକ୍ଷ ଧର୍ମଶାଳା ଆରୁହା ଅଞ୍ଚଳର ହୋଇଥିବାବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଏହି ଗଣ୍ଡଗୋଳରେ କିଛି ଲୋକେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ସମୟରେ ଫାଙ୍କା ଗୁଳି ଚାଳନା ହୋଇଥିବା ବି କୁହାଯାଉଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରୁ ଖୋକା ଜବତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବଡ଼ଚଣା ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି ।

ଆହୁରି ପଢନ୍ତୁ: ବୈତରଣୀ ନଦୀରେ ବୁଡ଼ି ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ