କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା : ଗୁପ୍ତେଶ୍ୱର ଶୈବ ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ (କେନ୍ଯୁଜ୍) : ଲଗାଣ ବର୍ଷା । ବୈପାରୀଗୁଡ଼ା ଶୁକନଦୀ ପୋଲ ଉପରେ ୫ ଫୁଟର ପାଣି ଚାଲୁଛି । ଗୁପ୍ତେଶ୍ୱର ଶୈବ ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପଟରେ ଶହଶହ ବୋଲବମ୍ ଭକ୍ତ ଅକଟି ରହିଛନ୍ତି । ଜିଲ୍ଲା ପ୍ରଶାସନ ଫସି ରହିଥିବା କାଉଡିଆଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛି । ପ୍ରବଳ ବର୍ଷା ଯୋଗ ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଛି ।