କିଟ୍‍ ଓ କିସ୍‍ ପକ୍ଷରୁ ଗୁରୁଦିବସ ପାଳିତ

ଭୁବନେଶ୍ୱର : ଦାର୍ଶନିକ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‍ଙ୍କ ଜନ୍ମଦିନ ଉପଲକ୍ଷେ ସମଗ୍ର ଭାରତରେ ଗୁରୁଦିବସ ପାଳନ କରାଯାଉଥିବା ବେଳେ କିଟ୍‍ ଓ କିସ୍‍ ପକ୍ଷରୁ ମଧ୍ୟ ଆଜି ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । କିସ୍‍ ପରିସରରେ ଆୟୋଜିତ ଗୁରୁ ଦିବସ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ।

ଶ୍ରୀ ସାମନ୍ତ କହିଲେ, ମଣିଷ ଜୀବନରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଗୁରୁଙ୍କ ସହ ସମସ୍ତଙ୍କର ସାକ୍ଷାତ ହୋଇଥାଏ  । ମାତ୍ର ଜଣେ ଗୁରୁ ଯିଏ ଜନ୍ମରୁ ମଣିଷ ସହିତ ରହିଥାନ୍ତି ସେ ହେଉଛନ୍ତି ମାଆ । ପ୍ରତ୍ୟେକଙ୍କ ପାଇଁ ସେମାନଙ୍କ ମାଆ ହିଁ ପରମ ଗୁରୁ । ମାଆ ଦେଇଥିବା ଶିକ୍ଷା ପ୍ରତିବଦଳରେ ସେ କେବେ ପାଉଣା ବା ସମ୍ମାନ ଆଶା କରନ୍ତି ନାହିଁ । ତେଣୁ ଶିକ୍ଷକଙ୍କ ସହ ଜୀବନର ପ୍ରଥମ ଗୁରୁ ମାଆଙ୍କୁ ସମସ୍ତେ ସର୍ବଦା ସମ୍ମାନ ଦେବା ଉଚିତ ବୋଲି ସେ କହିଥିଲେ

। ନିଜ ଉଦାହରଣ ଦେଇ ଶ୍ରୀ ସାମନ୍ତ କହିଲେ ‘ମୋ ମାଆ ମୋତେ ସବୁ ବେଳେ କହି ଆସୁଥିଲେ- ଥିଲି କଣ, ହେଲି କଣ ଓ ହେବି କଣ’ ଏହି କଥାକୁ କେବେ ନ ଭୁଲିବା ପାଇଁ। ମାଆଙ୍କର ସେହି ଶିକ୍ଷା ଆଜି ମୋତେ ଜଣେ ସଫଳ ମଣିଷ ହେବାର ସହାୟକ ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା, କୁଳପତି ପ୍ରଫେସର ଦୀପକ କୁମାର ବେହେରା, ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲି, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, ଉପକୁଳସଚିବ ପ୍ରମୋଦ କୁମାର ପାତ୍ରଙ୍କ ସମେତ କିସ୍‍ର ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.