ମାଲକାନଗିରି: ଦୀର୍ଘ ଦିନର ଅପେକ୍ଷା ପରେ ସରିଲା ଗୁରୁପ୍ରିୟା ସେତୁର ଆପ୍ରୋଚ ରୋଡ କାମ

gurupriya bridge ମାଲକାନଗିରି: ଦୀର୍ଘ ଦିନର ଅପେକ୍ଷା ପରେ ସରିଲା ଗୁରୁପ୍ରିୟା ସେତୁର ଆପ୍ରୋଚ ରୋଡ କାମ। ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଏହି ସେତୁର କାମ ସରିବା ପରେ ଏବେ ଉଭୟ ପାର୍ଶ୍ୱରେ ବାକି ଥିବା ଆପ୍ରୋଚ ରୋଡ୍ କାମ ସରିଛି। ରୋଡର ପେଣ୍ଟିଂ କାମ ସରିଥିବା ବେଳେ ଫିନିସିଂ କାମ ଚାଲିଛି। ଗୁରୁପ୍ରିୟା ସେତୁ ନିର୍ମାଣ ସରିଲେ ବିଚ୍ଛିନ୍ନାଞ୍ଚଳର ବିକାଶ ସହ ମାଓ ମୁକାବିଲାରେ ଏହି ସେତୁ ବେଶ୍ ସହାୟକ ହେବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି। ତେବେ ସେତୁ କାର୍ଯ୍ଯ ଖୁବଶୀଘ୍ର ଶେଷ ହେବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.