ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢାଉ, ବିପୁଳ ପରିମାଣର ଗୁଟଖା ଜବତ ସହିତ ୬ ଗିରଫ

ବ୍ରହ୍ମପୁର (କେନ୍ୟୁଜ୍) : ବେଆଇନ ଭାବେ ଗୁଟଖା କାରବାରରେ ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଗୁଟଖା ଜବତ କରିଛି ପୋଲିସ । ଆଜି ସଂଧ୍ୟାରେ ସହରର ସାର୍ଗୁଣା ସାହିରେ ବେଆଇନ ଭାବେ ଗୁଟଖା ତିଆରି କାରଖାନା ଉପରେ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଏହି ବେଆଇନ ବ୍ୟବସାୟରେ ଜଡ଼ିତ ୪ଜଣଙ୍କ ସହ ଗୁଟଖା ତିଆରି ମେସିନ ଆଦି ଜବତ କରିଛି । ୪୦ଟି ବ୍ୟାଗ୍ ଗୁଟଖା ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି । ସେହିଭଳି ସଦର ଥାନା ପୋଲିସ ପକ୍ଷରୁ ଦୁଇଟି ସ୍ଥାନରେ ଚଢାଉ କରି ବେଆଇନ ଗୁଟଖା ଜବତ କରିଛି ପୋଲିସ ।